କଟକ: ପୂଜା ବଜାରରେ ଧମାଲ ମଚେଇବ ରୋମାଣ୍ଟିକ ଓଡ଼ିଆ ଚଳଚ୍ଚିତ୍ର ‘କୁଇନ’ । ଯେଉଁଥିରେ ମୁଖ୍ୟ ଭୂମିକା ରେ ନଜର ଆସିବେ ବର୍ଷା ପ୍ରିୟଦର୍ଶନୀ ଓ ନଵାଗତ ନାୟକ ଜୟଜିତ ଦାସ । ଏନେଇ ଆଜି କଟକରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।
ଚଳଚ୍ଚିତ୍ର ‘କୁଇନ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଅମରେଶ ପତି । ଏହି ଚଳଚ୍ଚିତ୍ରରେ ଅନେକ ବାସ୍ତବଧର୍ମୀ ବିଷୟବସ୍ତୁ ଦେଖିବାକୁ ମିଳିବ। ଯାହାକୁ ସିନେପ୍ରେମୀ ଦେଖି ବେଶ ଖୁସି ହେବେ । ବିଶେଷ କରି ଏହି ଚଳଚ୍ଚିତ୍ରଟି ରୋମାଣ୍ଟିକ କାହାଣୀକୁ ନେଇ ଆଧାରିତ । କିପରି ଏକ ପ୍ରେମର ସଫଳ ରୂପାୟନ ବାସ୍ତବ ଜୀବନରେ ହୋଇଥାଏ ତାହା ଏଥିରେ ପର୍ଯ୍ୟବେସିତ।
ଏହି ଚଳଚ୍ଚିତ୍ର ଜରିଆରେ ବର୍ଷାଙ୍କ ନୂଆ ଅବତାର ଦେଖିବାକୁ ପାଇବେ ଦର୍ଶକ । ଯେପରି ପୂର୍ବରୁ ‘ନିମିକି’ ଚଳଚ୍ଚିତ୍ରରେ ବର୍ଷାଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ଥିଲା ଏହି ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ବର୍ଷାଙ୍କ ଅଭିନୟକୁ ସେତିକି ଭଲ ପାଇବେ ବୋଲି କହିଛନ୍ତି ବର୍ଷା ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ