ETV Bharat / sitara

କିନ୍ନରଙ୍କୁ ଦେଢ କୋଟି ଦେଲେ ଖିଲାଡି କୁମାର - ଖିଲାଡି କୁମାରଙ୍କ ବଡପଣ

ପୁଣି ଏକ ହୃଦୟବାନ ବ୍ୟକ୍ତିର ପରିଚୟ ଦେଲେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ଟ୍ରାନ୍ସଜେଣ୍ଡରଙ୍କୁ ଘର ତୋଳିବା ପାଇଁ କଲେ ଆର୍ଥିକ ସହାୟତା ।

Akshay kumar donates 1.5 crore rupees
କିନ୍ନରଙ୍କୁ ଦେଢ କୋଟି ଦେଲେ ଖିଲାଡି କୁମାର
author img

By

Published : Mar 1, 2020, 3:42 PM IST

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ଅକ୍ଷୟଙ୍କ ବଡପଣ । ବାତ୍ୟା ବିପନ୍ନ ହୁଅନ୍ତୁ ଅବା କୌଣସି ଶହୀଦ ଯବାନଙ୍କ ପରିବାର । ସର୍ବଦା କ୍ଷତିଗ୍ରସ୍ତଙ୍କୁ ସହାୟତା କରିଆସିଛନ୍ତି ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ନିକଟରେ ସେ କିଛି ଟ୍ରାନ୍ସଜେଣ୍ଡରଙ୍କୁ 1.5 କୋଟି ଟଙ୍କା ଆର୍ଥିକ ସହାୟତା କରିଛନ୍ତି । ଯାହା ପୁଣି ଥରେ ସେ ଏକ ହୃଦୟବାନ ବ୍ୟକ୍ତିର ପରିଚୟ ଦେଇପାରିଛନ୍ତି ।

ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶି ‘ଲକ୍ଷ୍ମୀ ବମ’ ଫିଲ୍ମରେ ନଜର ଆସିବେ ଅକ୍ଷୟ । ତାମିଲ ଫିଲ୍ମ କାଞ୍ଚନର ହିନ୍ଦି ରିମେକ ହେଉଛି ‘ଲକ୍ଷ୍ମୀ ବମ । ଯେଉଁଥିରେ ଅକ୍ଷୟ ଏକ କିନ୍ନର ଭୂମିକାରେ ନଜର ଆସିବେ । ରାଘବ ଲୋରେନ୍ସ ବିଭିନ୍ନ ସମାଜ ସେବା ସହ ଯୋଡିତ ।

ଲୋରୋନ୍ସ ଏକ ଟ୍ରଷ୍ଟ ରହିଛି । ଯେଉଁ ସଂସ୍ଥା ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଶିକ୍ଷା, ଶିଶୁଙ୍କ ପାଇଁ ଘର, ଚିକିତ୍ସା ହେଉ ଅବା ଦିବ୍ୟାଙ୍ଗଙ୍କ ପାଇଁ କାମ କରେ । ଏହି ଟ୍ରଷ୍ଟକୁ 15 ବର୍ଷ ପୁରିଥିବାବେଳେ, ଏକ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି । ଯେଉଁଥିରେ କିନ୍ନରମାନଙ୍କୁ ଘର ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଲକ୍ଷ୍ମୀ ବମର ସୁଂଟି ସମୟରେ ଅକ୍ଷୟ ଏହା ଜାଣିବାକୁ ପାଇବା ପରେ ସେ ତୁରନ୍ତ ଏହି ସହାୟତାର ହାତ ବଢାଇଛନ୍ତି । ଏହାକୁ ରାଘବ ଲୋରେନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରି ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.