ETV Bharat / sitara

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଅସୁସ୍ଥ - ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜହାଁ ନ୍ୟୁଜ

ମେଡିକାଲରେ ଭର୍ତ୍ତି ହେଲେ ପପୁଲାର ଅଭିନେତ୍ରୀ ନୁସରତ ଜହାଁନ୍। ନିଶ୍ବାସ ପ୍ରଶ୍ବାସ ସମସ୍ୟା ହେବାରୁ ତାଙ୍କୁ ମେଡିକାଲରେ ରଖାଯାଇଛି । ଏନେଇ ସୂଚନା ଦେଲେ ତାଙ୍କ ପ୍ରବକ୍ତା ଅଭିଷେକ ମଜୁମଦାର।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଜାହାଁ
author img

By

Published : Nov 19, 2019, 7:47 AM IST

ମୁମ୍ବାଇ: ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜହାଁନଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । ଯାହା ଶୁଣି ଦୁଃଖି ହୋଇଯିବେ ତାଙ୍କ ଫ୍ୟାନ୍ସ । ଆଜ୍ଞା ହଁ, ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା । ଯାହା ପରେ ତାଙ୍କୁ ସଙ୍ଗେ ସଙ୍ଗେ କୋଲକାତାର ଏକ ମେଡିକାଲକୁ ନିଆଯାଇଥିଲା।

ଏହି ସୂଚନା ତାଙ୍କ ପ୍ରବକ୍ତା ଅଭିଷେକ ମଜୁମଦାର ଦେଇଛନ୍ତି । ରବିବାର ସେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ସନ୍ଧ୍ୟା ସୁଧା ତାଙ୍କୁ ମେଡିକାଲରୁ ଛୁଟି ମିଳିଯିବ ବୋଲି କହିଛନ୍ତି ଅଭିଷେକ ।

ପ୍ରକାଶ ଥାଉକି ନୁସରତ ଅସୁସ୍ଥ ହେବାର କାରଣ ମେଡିସିନର ଓଭରଡୋଜ ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ତାଙ୍କ ପରିବାର ଏବଂ ଟିମ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ ମେଡିକାଲରେ ଭର୍ତ୍ତି ହେବା ପୂର୍ବରୁ ସ୍ବାମୀ ନିଖିଲ ଜୈନଙ୍କ ବର୍ଥଡେରେ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.