ETV Bharat / sitara

‘ବଚ୍ଚନ ପାଣ୍ଡେ’କୁ ମିଳିଲା ନୂଆ ଭିଲେନ

ପରଦାରେ ଅକ୍ଷୟଙ୍କ ସହ ଫାଇଟ୍ କରିବେ ଅଭିମନ୍ୟୁ । ‘ବଚ୍ଚନ ପାଣ୍ଡେ’ରେ ଅଭିମନ୍ୟୁଙ୍କ ସାମିଲ ହେବା ସୂଚନା ଦେଲେ ତରଣ । ଅଧିକ ପଢନ୍ତୁ...

author img

By

Published : Jan 30, 2021, 3:17 PM IST

3x2
3x2

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ 'ବଚ୍ଚନ ପାଣ୍ଡେ'କୁ ନେଇ ନୂଆ ଚର୍ଚ୍ଚା । କାରଣ ଫିଲ୍ମରେ ଆଉ ଜଣେ ଅଭିନେତାଙ୍କ ସାମିଲ ହେବା ଖବର ଶୁଣିବାକୁ ମିଳୁଛି । ଯିଏ ପରଦାରେ ଭିଲେନ ସାଜି ଅକ୍ଷୟଙ୍କ ସହ ଲଢିବେ । ଆଜ୍ଞା ହଁ, ଫିଲ୍ମରେ ଏଣ୍ଟ୍ରି କରିଛନ୍ତି ଅଭିନେତା ଅଭିମନ୍ୟୁ ସିଂ । ଯିଏ ଅକ୍ଷୟଙ୍କ ବିପରୀତ ରୋଲ ଭିଲେନରେ ନଜର ଆସିବେ।

ଏହାର ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ସମସ୍ତଙ୍କୁ ଦେଇଛନ୍ତି । ସେ ଏକ ପୋଷ୍ଟରେ ଜଣାଇଛନ୍ତି ଯେ ଅଭିମନ୍ୟୁ ସିଂ, ଅକ୍ଷୟଙ୍କ ଅପୋଜିଟ୍ ‘ବଚ୍ଚନ ପାଣ୍ଡେ’ରେ ନଜର ଆସିବେ ।

ସେହିପରି ‘ବଚ୍ଚନ ପାଣ୍ଡେ’ ଆସନ୍ତା ବର୍ଷ ଜାନୁଆରୀ 26 ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ। ଅକ୍ଷୟଙ୍କ ବ୍ୟତୀତ ଫିଲ୍ମରେ କିୟାରା ଆଡଭାନୀ ଓ ଅର୍ଶଦ ୱାରସୀ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.