ଭୁବନେଶ୍ବର: ସୁମିତ୍ରା ଏଣ୍ଟରଟେନ୍ମେଣ୍ଟ ବ୍ୟାନରର ନିର୍ମିତ ନୂଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ ଆଜି ସାରା ଭାରତରେ ମୁକ୍ତିଲାଭ କରିଛି । କଟକର ବୃନ୍ଦାବନ ପ୍ରେକ୍ଷାଳୟରେ ବେଶ୍ ଧୁମ୍ ଧାମରେ ଚଳଚ୍ଚିତ୍ରର ପ୍ରିମିୟମ ସହ ଅନୁଷ୍ଠିତ ହୋଇଥିଲା । ପ୍ରିମିୟମ ସୋ'ରେ ଚଳଚ୍ଚିତ୍ରର ଅଭିନେତା ରାକେଶ, ଅଭିନେତ୍ରୀ ଭୂମିକା ସହ ମମତା ଦାଶ, କଣ୍ଠଶିଳ୍ପୀ ଋତୁରାଜ, କୁମାର ବାପି ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଯୋଜକ ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର । କାହାଣୀ ପରିକଳ୍ପନା ଦିବ୍ୟସିଂହ ରାୟ କରିଥିବା ବେଳେ ସଂଳାପ ରଚନା କରିଛନ୍ତି ମାନସ ପଡିହାରୀ । ସେହିପରି ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ବାଇଁ ।
ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ରାକେଶ, ଭୂମିକା ଏବଂ ପ୍ରୀତିରାଜ, କୁମାର ଐଶ୍ବର୍ଯ୍ୟା, ଜିତୁ, ଦେବୀ ବାରିକ, ସୀମା, ଲିପୁନ, ସଞ୍ଜୟ, ଜ୍ଞାନ, ଭକ୍ତ, ସୁହାନା,ମମତା ଦାସ, ଦିବ୍ୟାଂଶ । ଏଥିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଅତିଥି କଳକାକାର ଭାବରେ ଅବତୀର୍ଣ୍ଣ ହୋଇଛନ୍ତି । ‘ମନ ମୋର କାଗଜ ଗୁଡ଼ି’ ଏକ ରୋମାଣ୍ଟିକ ପ୍ରେମ କାହାଣୀ ହୋଇଥିବା ବେଳେ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ।
ଓଡ଼ିଶାର କଟକ, ଭୁବନେଶ୍ୱର, ଜଗତସିଂହପୁର, ଯାଜପୁର, ପାରାଦୀପ, ରାୟଗଡ଼ା,ଫୁଲବାଣୀ, ବେଗୁନିଆପଡା, କେନ୍ଦ୍ରାପଡ଼ା, ଆଠଗଡ, କୋଟପାଡ଼ ସହ ବାଙ୍ଗାଲୋର, କୋଲକାତା ଓ ସୁରତ ଠାରେ ମୁକ୍ତିଲାଭ କରିଥିବା ସଂସ୍ଥାର ପ୍ରଚାର ପ୍ରସାର ମୁଖ୍ୟ ଭରତ ପ୍ରଧାନ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ