ETV Bharat / sitara

ଫ୍ୟାନ୍ସଙ୍କ ମନ ଜିଣୁଛି 'ସ୍ପାଇଡରମ୍ୟାନ: ନୋ ୱେ ହୋମ୍' ଟ୍ରେଲର

author img

By

Published : Aug 24, 2021, 4:47 PM IST

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହେଲା ମାର୍ଭେଲ ସିରିଜର ଆଉ ଏକ ଟ୍ରେଲର । ଆଜି ରିଲିଜ ହୋଇଛି 'ସ୍ପାଇଡରମ୍ୟାନ: ନୋ ୱେ ହୋମ୍'ର ଟ୍ରେଲର । ଅଧିକ ପଢ଼ନ୍ତୁ...

ଫ୍ୟାନ ମନ ଜିଣୁଛି 'ସ୍ପାଇଡରମ୍ୟାନ: ନୋ ୱେ ହୋମ୍' ଟ୍ରେଲର

ୱାଶିଂଟନ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହେଲା ମାର୍ଭେଲ ସିରିଜର ଆଉ ଏକ ଚଳଚ୍ଚିତ୍ର ଟ୍ରେଲର । ଏହାପୂର୍ବରୁ ଗତ ରବିବାର ଏହି ସୁପରହିରୋ ଆକ୍ସନ ଚଳଚ୍ଚିତ୍ରର ଟ୍ରେଲର ଲିକ୍ ହୋଇଥିଲା । ଯାହଫଳରେ ଫିଲ୍ମ ମେକର୍ସ ଟ୍ରେଲର ରିଲିଜ ତାରିଖ ଘୁଞ୍ଚାଇ ଦେଇଥିଲେ । ମଙ୍ଗଳବାର 'ସ୍ପାଇଡରମ୍ୟାନ: ନୋ ୱେ ହୋମ୍'ର ଟ୍ରେଲର ରିଲିଜ ହୋଇଛି ।

ମାର୍ଭେଲ ଷ୍ଟୁଡିଓର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଟ୍ରେଲର ରିଲିଜ ହେବାପରେ ଏହାକୁ ଖୁବ ପସନ୍ଦ କରିଛନ୍ତି ସୋସିଆଲ ମିଡିଆ ୟୁଜର । ଟ୍ବିଟରେ ବର୍ତ୍ତମାନ ସୁଦ୍ଧା ଏହାରୁ ୧ ଲକ୍ଷ ୭୦ ହଜାରରୁ ଅଧିକ ରିଟ୍ବିଟ କରାଯାଇ ସାରିଛି ।

ଟ୍ରେଲରରେ ହାଇସ୍କୁଲ ଛାତ୍ର ପିଟର ପାର୍କର ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଦେଖା ଦେଇଛି । ଲୋକେ ସ୍ପାଇଡରମ୍ୟାନଙ୍କୁ ନିଜର ଶତ୍ରୁ ବୋଲି ଭାବିବାରେ ଲାଗିଛି । ସୁପର ଭିଲିଆନ ମିଷ୍ଟେରିଓଙ୍କ ମୃତ୍ୟୁ ଯୋଗୁଁ ସ୍ପାଇଡରମ୍ୟାନଙ୍କୁ ଲୋକେ ଘୃଣା କରିବାରେ ଲାଗିଛନ୍ତି । ଏଥିପାଇଁ ପିଟର ପାର୍କର ବା ସ୍ପାଇଡରମ୍ୟାନ ବନ୍ଧୁ ଓ ପରିବାରବର୍ଗକୁ ମଧ୍ୟ ହଇରାଣ ହେବାକୁ ପଡ଼ିଛି ।

ଏସବୁ ବଦଳାଇବାକୁ ଯାଇ ଡକ୍ଟର ଷ୍ଟ୍ରେଞ୍ଜଙ୍କ ନିକଟକୁ ଯାଇଛନ୍ତି ସ୍ପାଇଡରମ୍ୟାନ । ସମୟ ଚକ୍ର ଡକ୍ଟର ଷ୍ଟ୍ରେଞ୍ଜ ବଦଳାଇ ଦେବା ପରେ ପୁନଃ ପୁରୁଣା ସୁପର ଭିଲିଆନଙ୍କୁ ଦେଖିବାକୁ ମଳିଛି ଟ୍ରେଲରରେ । ଏଥିରେ ଆଲଫ୍ରେଡ ମୋଲିନା ବା ଡକ୍ଟର ଅକ୍ଟୋପସ, ଜେମି ଫୋକ୍ସ ବା ଇଲେକ୍ଟ୍ରୋ ଆଦିଙ୍କୁ ପୁନଃ ଦେଖିବାକୁ ମିଳିଛି । ତେବେ ମାରଭେଲ ସିରିଜ ଫ୍ୟାନମାନେ ପୁନଃ ପୁରୁଣା ପିଟର ପାର୍କରଙ୍କୁ ଦେଖିବାକୁ ମିଳିପାରେ ।

ନୂଆ ସ୍ପାଇଡର ମ୍ୟାନ ସିରିଜର ଏହା ହେଉଛିତ ତୃତୀୟ ଫିଲ୍ମ । ଏଥିରେ ପୁନଃ ଫ୍ୟାନଙ୍କ ମନୋରଞ୍ଜନ କରିବାକୁ ହାପି ହୋଗାନ, ଆଣ୍ଟି ମେ, ୱଙ୍ଗ୍ଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଡିସେମ୍ବର ୧୭ ତାରିଖରେ ସଲଭର ସ୍କ୍ରିନରେ ଦର୍ଶକ ଦେଖିବାକୁ ପାଇବେ 'ସ୍ପାଇଡରମ୍ୟାନ: ନୋ ୱେ ହୋମ୍'(spiderman: noway home) । ମାରଭେଲ ସିରିଜର ଏହି ଫିଲ୍ମକୁ ଜନ ୱାଟ ନିର୍ଦ୍ଦେଶନା ଦେଇଛନ୍ତି । ଭାରତରେ ସୋନି ପିକ୍ସର ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି ଚଳଚ୍ଚିତ୍ର ରିଲିଜ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.