ETV Bharat / sitara

୨୯ ସାମ୍ବାଦିକଙ୍କ ଉପରେ ରାଗିଲେ ଶିଳ୍ପା, ହାଇକୋର୍ଟରେ ମାନହାନୀ ମକଦ୍ଦମା

ସାମ୍ବାଦିକ ଓ ମିଡିଆ ହାଉସ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଆସନ୍ତାକାଲି(ଶୁକ୍ରବାର) ଏହି ମାମଲାର ହେବ ଶୁଣାଣି । ଅଧିକ ପଢନ୍ତୁ...

ହାଇକୋର୍ଟରେ ଶିଳ୍ପା, ୨୯ ମିଡିଆ କର୍ମୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଏର

author img

By

Published : Jul 29, 2021, 9:33 PM IST

Updated : Jul 29, 2021, 9:53 PM IST

ମୁମ୍ବାଇ: ଦେଶର ୨୯ ସାମ୍ବାଦିକ ଓ ମିଡିଆ ହାଉସ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି ବଲିଉଡର ଫିଟନେସ ଆଇକନ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପର୍ଣ୍ଣୋଗ୍ରାଫି ମାମଲାରେ ମିଥ୍ୟା ଖବର ରିପୋର୍ଟିଂ ଅଭିଯୋଗ ନେଇ ବମ୍ବେ ହାଇକୋର୍ଟରେ ଏହି ମାମଲା ଦାଏର କରି ଶିଳ୍ପା କହିଛନ୍ତି ଫଲୋୟର୍ସ ବଢାଇବା ପାଇଁ ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ପ୍ରସାରିତ କରାଯାଇ ତାଙ୍କ ଛବି ଖରାପ କରାଯାଉଛି। ତେବେ ଆସନ୍ତାକାଲି (ଶୁକ୍ରବାର) ଏହି ମାମଲାର ହେବ ଶୁଣାଣି ।

ପର୍ଣ୍ଣୋଗ୍ରାଫି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଅଶ୍ଳୀଳ ଫିଲ୍ମ ସୁଟିଂ ଓ ଏହାକୁ ଆପ୍‌ ଜରିଆରେ ପ୍ରସାରିତ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ରାଜ । ପର୍ଣ୍ଣୋଗ୍ରାଫି ମାମଲାର ପେଡି ଖୋଲିବାକୁ କୁନ୍ଦ୍ରାଙ୍କ କଳାଧନ୍ଦାର କୁଣ୍ଡଳୀ ଛାନଭିନ କରୁଛି କ୍ରାଇମବ୍ରାଞ୍ଚ । ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ଆଉ କୁନ୍ଦ୍ରାଙ୍କ କେଳେଙ୍କାରୀ ଉପରୁ ଉଠୁଛି ରାଜ୍‌ର ପରଦା । ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଚାଲିଥିବାବେଳେ ଏଥିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭୂମିକା ଉପରେ ଉଠିଥିଲା ପ୍ରଶ୍ନ । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟରେ ହୋଇଥିଲା ଜୋରଦାର ଚର୍ଚ୍ଚା ।

ମାମଲାରେ ଶିଳ୍ପାଙ୍କ ଜଡିତ ହେବା ନେଇ ମଡେଲ ସାଗରିକା ସୋନା ସୁମନଙ୍କ ଦାବି ଅଭିନେତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିଥିଲା । ସାଗରିକା ହେଉଛନ୍ତି ସେହି ମଡେଲ, ଯିଏ ଏହି ମାମଲାରେ ପୂର୍ବରୁ ମଧ୍ୟ ରାଜଙ୍କ ଲିଙ୍କ୍‌ ରହିଥିବା ନେଇ ସନ୍ଦେହ ପ୍ରକଟ କରିଥିଲେ । ତେବେ ରାଜଙ୍କ ଗିରଫଦାରୀ ପରେ ସେ ଦାବି କରିଥିଲେ ଯେଏହି ମାମଲାରେ ଶିଳ୍ପାଙ୍କୁ ସବୁକିଛି ଜଣାଅଛି ।

ସେପଟେ ପର୍ଣ୍ଣୋଗ୍ରାଫି ମାମଲାରେ ରାଜଙ୍କୁ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ ନଜରରେ ଦେଖିଆସୁଥିବା କ୍ରାଇମବ୍ରାଞ୍ଚ ପ୍ରଥମେ ତାଙ୍କ ସ୍ତ୍ରୀ ଶିଳ୍ପାଙ୍କର କୌଣସୀ ସକ୍ରିୟ ଭୂମିକା ନଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲା ମୁମ୍ବାଇ ପୋଲିସ । ହେଲେ ପରେ ରାଜଙ୍କୁ ସାଙ୍ଗରେ ଧରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଁଞ୍ଚିଥିଲା ମୁମ୍ବାଇ ପୋଲିସ । ରାଜ ଓ ଶିଳ୍ପା ଉଭୟଙ୍କୁ ସାମ୍ନାସାମ୍ନି ପଚରାଉଚୁରା କରାଯାଇଥିବା କଥା ସାମ୍ନାକୁ ଆସିଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ ଯଦିଓ ଶିଳ୍ପାଙ୍କ ସମ୍ପୃକ୍ତି ନେଇ ପୋଲିସ କୌଣସି ପ୍ରଶ୍ନ କରିନଥିଲେ ମଧ୍ୟ ଏଯାଏଁ ଅଭିନେତ୍ରୀଙ୍କୁ ମିଳିନି କ୍ଲିନଚିଟ୍‌ । ସମସ୍ତ ସମ୍ଭାବନାର ଦିଗ ଉପରେ ଯାଞ୍ଚ ଚାଲିଛି ।

Last Updated : Jul 29, 2021, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.