କୋଲକାତା: ବଙ୍ଗଳା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର। ତାଙ୍କୁ 21 ଦିନ ପାଇଁ ମିଣ୍ଟୋ ପାର୍କର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ଅପରାହ୍ନରୁ ତାଙ୍କୁ ଏଣ୍ଡୋଟ୍ରାଚିଲ ଇଟ୍ୟୁବେଶନରେ ରଖାଯାଇଛି | ଗତ ତିନି ଧରି ଚାଲିଥିବା ଚିକିତ୍ସା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିନାହିଁ ।
ଡାକ୍ତର ଅରିନ୍ଦମ କର କହିଛନ୍ତି, ସୋମବାର ଅପରାହ୍ନ 3 ଟା ପର୍ଯ୍ୟନ୍ତ ସୌମିତ୍ର ଚାଟାର୍ଜୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଇଟ୍ୟୁବେଶନ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତାଙ୍କୁ ବାରମ୍ବାର ଅକ୍ସିଜେନର ଆବଶ୍ୟକ ପଡୁଛି ବୋଲି ଡାକ୍ତର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ