ETV Bharat / sitara

ୱେବ୍ ସିରିଜ 'ତାଣ୍ଡବ', ମାମଲା ରୁଜୁ ପରେ ମୁମ୍ବାଇ ପହଁଞ୍ଚିଲା ୟୁପି ପୋଲିସ

author img

By

Published : Jan 20, 2021, 4:47 PM IST

ମୁମ୍ବାଇରେ ପହଁଞ୍ଚିଛି ୟୁପି ପୋଲିସର ଏକ ଟିମ୍। ଏହି ଟିମ୍ ତାଣ୍ଡବ ୱେବ୍ ସିରିଜର ନିର୍ମାତା ତଥା ନିର୍ଦ୍ଦେଶକ ତଥା ଫିଲ୍ମ ସହ ଜଡିତ କିଛି କଳାକାରଙ୍କୁ ପଚରାଉଚରା କରିବେ। ପଚରାଉଚରା ପରେ ଅଭିଯୁକ୍ତଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଲକ୍ଷ୍ନୌ ପୋଲିସ ସ୍ଥିର କରିବ। ଅଧିକ ପଢନ୍ତୁ...

ୱେବ୍ ସିରିଜ 'ତାଣ୍ଡବ', ମାମଲା ରୁଜୁ ପରେ ମୁମ୍ବାଇ ପହଁଞ୍ଚିଲା ୟୁପି ପୋଲିସ
ୱେବ୍ ସିରିଜ 'ତାଣ୍ଡବ', ମାମଲା ରୁଜୁ ପରେ ମୁମ୍ବାଇ ପହଁଞ୍ଚିଲା ୟୁପି ପୋଲିସ

ମୁମ୍ବାଇ: ବିବାଦ ଘେରରେ ଆମାଜନ୍ ପ୍ରାଇମରେ ରିଲିଜ୍ ହୋଇଥିବା ୱେବ ସିରିଜ୍ 'ତାଣ୍ଡବ' । ଏହି ସିରିଜକୁ ନେଇ ମାମଲା ବର୍ତ୍ତମାନ ହାଇକୋର୍ଟରେ ପହଁଞ୍ଚିଛି। ଏପଟେ ସଦ୍ୟତମ ସୂଚନା ଅନୁସାରେ ବୁଧବାର ସକାଳେ ଉତ୍ତରପ୍ରଦେଶ ପୋଲିସର ଏକ ଟିମ୍ ଘଟଣାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି। ୟୁପି ପୋଲିସର ଏହି ଟିମ୍ ତାଣ୍ଡବ ୱେବ୍ ସିରିଜର ନିର୍ମାତା ତଥା ନିର୍ଦ୍ଦେଶକ ତଥା ଫିଲ୍ମ ସହ ଜଡିତ କିଛି କଳାକାରଙ୍କୁ ପଚରାଉଚରା କରିବେ।

ତେବେ ଉତ୍ତରପ୍ରଦେଶ ପୋଲିସରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ଟିମ୍ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ତାଣ୍ଡବ ୱେବ୍ ସିରିଜ୍ ନିର୍ମାତା କ୍ଷମା ପ୍ରାର୍ଥନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ନୌ ପୋଲିସର ଇନ୍ସପେକ୍ଟର ଅନିଲ ସିଂଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଟିମ୍ ମୁମ୍ବାଇରେ ପହଞ୍ଚିଛନ୍ତି। ପଚରାଉଚରା ପରେ ଅଭିଯୁକ୍ତଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଲକ୍ଷ୍ନୌ ପୋଲିସ ସ୍ଥିର କରିବ।

ଅନ୍ୟପକ୍ଷରେ ଚାଲିଥିବା ବିବାଦକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। 'ତାଣ୍ଡବ' ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ଦେଶମୁଖ କହିଛନ୍ତି ଯେ ୱେବ୍ ସିରିଜ୍ ବିରୋଧରେ ସେମାନେ ଅଭିଯୋଗ ଗ୍ରହଣ କରିଛନ୍ତି ଏବଂ OTT ପ୍ଲାଟଫର୍ମରେ ପ୍ରକାଶିତ ବିଷୟବସ୍ତୁ ପାଇଁ କେନ୍ଦ୍ର ଆଇନ ପ୍ରସ୍ତୁତ କରିବା ଉଚିତ୍।

ସୂଚନା ଥାଉକି, ସିରିଜରେ ହିନ୍ଦୁଙ୍କ ଧାର୍ମିକ ଭାବନା ଓ ଦଳିତଙ୍କୁ କୁଠାରାଘାତ ପହଞ୍ଚିବାଭଳି ବିଷୟବସ୍ତୁ ରହିଥିବା ଅଭିଯୋଗ ଆଣିଛନ୍ତି ରାମ କଦମ, ନନ୍ଦକିଶୋର ଗୁର୍ଜର, ମନୋଜ କୋଟାକ ,କପିଲ ମିଶ୍ରା ଆଦି ଅନେକ ନେତାମନ୍ତ୍ରୀ । ସିରିଜଟି ପ୍ରଖ୍ୟାତ ନିର୍ଦ୍ଦେଶକ ଅଲ୍ଲୀ ଆବ୍ବାସ ଜାଫରଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଗୌରବ ସୋଲାଙ୍କିଙ୍କ ଦ୍ବାରା ଲେଖାଯାଇଥିବାବେଳେ ଗତ 15 ତାରିଖରେ ଓଟିଟି ପ୍ଲାଟଫର୍ମରେ ହୋଇଥିଲା ରିଲିଜ । ତେବେ ଏଥିରେ ଅଭିନେତା ମହମ୍ମଦ ଜିଶାନ ଆୟୁବ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଏବେ ସୋସିଆଲ ମିଡିଆରେ ବ୍ୟାନ ପାଇଁ ଟ୍ରେଣ୍ଡ କରୁଛି ଅନେକ ହ୍ୟାସଟ୍ୟାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.