ETV Bharat / sitara

ରିଷି ଓ ଇରଫାନ : ସେମାନଙ୍କ ଜୀବନ, ସେମାନଙ୍କ ଅଭିନୟ - rishi kapoor death

ବଲିଉଡରୁ ଚିର ଦିନ ପାଇଁ ବିଦାୟ ନେଇଛନ୍ତି 2 ଅଭିଜ୍ଞ ଅଭିନେତା । ଆଗ ପଛ ହୋଇ ଦୁହେଁ ଏହି ଦୁନିଆକୁ ଅଲବିଦା କହିଛନ୍ତି । ଏକ ଫିଲ୍ମ ପରି ବାସ୍ତବିକ ଥିଲା ଏମାନଙ୍କ ଜୀବନ । ଆଜ୍ଞା ହଁ ଏଠି ଆମେ ଦିବଙ୍ଗତ ଇର୍ଫାନ ଖାନ ଓ ଋଷି କପୁରଙ୍କ କଥା କହୁଛୁ । ଜାଣନ୍ତୁ ତାଙ୍କ ବିଷୟରେ...

ରିଷି ଓ ଇରଫାନ : ସେମାନଙ୍କ ଜୀବନ, ସେମାନଙ୍କ ଅଭିନୟ

author img

By

Published : May 3, 2020, 4:05 PM IST

୨୦୧୩ରେ ରିଲିଜ ହୋଇଥିବା ନିଖିଲ ଆଡଭାନିଙ୍କ ନିର୍ଦ୍ଦେଶିତ ଉଗ୍ର ଜାତୀୟତାବାଦ ଫିଲ୍ମ ଡି-ଡେ’ରେ ଏକ ସ୍ମରଣୀୟ ଦୃଶ୍ୟ ରହିଛି । ଦୃଶ୍ୟରେ ଦେଖାଯାଇଛି ଯେ, ରିଷି କପୁରଙ୍କ ଗୋଲଡମ୍ୟାନ ଚରିତ୍ର (ଦାଉଦ ଇବ୍ରାହିମ ସହ ମେଳ ଖାଉଥିବା ଚରିତ୍ର ) ର’ ଏଜେଂଟ ୱାଲି ( ଇରଫାନ )ଙ୍କ ହାତ ଧରି ପଚାରୁଛନ୍ତି ଯେ, ଦୁନିଆ ସେମାନଙ୍କୁ ସବୁଦିନ ପାଇଁ କିଭଳି ଭାବେ ଦେଖିବ ?

ଦୁଇ କଳାକାର ଆଉ ନାହାଁନ୍ତି । ଗୋଟିଏ ଦିନ ବ୍ୟବଧାନରେ ଦୁହେଁ ଆଗ ପଛ ହୋଇ ବିଦାୟ ନେଇଥିଲା ବେଳେ ନିଜ ନିଜ ଅଭିନୟ କ୍ୟାରିଅରର ଶୀର୍ଷରେ ଥିବା ଏହି ଦୁଇ କଳାକାରଙ୍କୁ ମନେ ପକାଉଛି ଦୁନିଆ । ଦିବଂଗତ ଦୁଇ ଅଭିନେତାଙ୍କ ମଧ୍ୟରେ ଥିଲା ଆକାଶ ପାତାଳ ଫରକ । ମୁମ୍ବାଇ ସିନେମାର ପ୍ରଥମ ପରିବାରର ତୃତୀୟ ପୀଢିର ଅଭିନେତା ଥିଲେ ୬୭ ବର୍ଷିୟ ରିଷି କପୁର । ମଦ୍ୟପାନ ଓ ନିଜର ଅସୁରକ୍ଷିତ ମନୋଭାବକୁ ଛାଡିଦେଲେ ତାଙ୍କୁ ଜୀବନରେ ଆଉ ବିଶେଷ ସଂଘର୍ଷ କରିବାକୁ ପଡିନାହିଁ । ୫୩ ବର୍ଷିୟ ଇରଫାନ ଥିଲେ ଏକ ପ୍ରକାର ସାହିବଜାଦେ ( ରାଜକୁମାର ) । ରାଜସ୍ଥାନ ଟୋଙ୍କ୍ ର ଏକ ଛୋଟ ରାଜ ପରିବାରର ସଦସ୍ୟ ଥିଲେ ଇରଫାନ । ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମାରୁ ମୁମ୍ବାଇ ସିନେମାରେ ଭାଗ୍ୟ ଆପଣାଇବାକୁ ଆସିଥିଲେ ଇରଫାନ । କିନ୍ତୁ ପ୍ରତିଷ୍ଠିତ ହେବାକୁ କିଛି ବର୍ଷ ଲାଗିଯାଇଥିଲା । ଜଣେ ଥିଲେ ସ୍ୱତଃପ୍ରବୃତ୍ତ ଓ ନିଜ ବିଚାରଧାରାରେ ହିଁ ବିଶ୍ୱାସ କରୁଥିବା ଅଭିନେତା । ଅନ୍ୟ ଜଣେ ଥିଲେ ପ୍ରଶିକ୍ଷିତ ଓ ଦାର୍ଶନିକ ଚିନ୍ତାଧାରା ସଂପନ୍ନ ଅଭିନେତା ।

ଜଣଙ୍କର ଜିନ୍‌ରେ ଥିଲା ଅଭିନୟ, ଯିଏ କି ମାତ୍ର ତିନିବର୍ଷ ବୟସରେ ବାପାଙ୍କ ଶ୍ରୀ ୪୨୦ ପିଲ୍ମ ପ୍ୟାର ହୁଆ ଇକରାର୍ ହୁଆ ଗୀତରେ ପ୍ରଥମ ଥର ପାଇଁ କ୍ୟାମେରାର ସାମନା କରିଥିଲେ । କିନ୍ତୁ ଅନ୍ୟଜଣକ ଜଣେ ଏୟାରକଂଡିସନର ରିପେର୍ ମ୍ୟାନ୍ ଭାବେ ପ୍ରଥମେ ମୁମ୍ବାଇ ଆସିଥିଲେ । ଆଉ ତାଙ୍କ ପରିବାରର ଟାୟାର ବିଜିନେସ୍ । ଏସବୁ ଫରକ ସତ୍ୱେ ଦୁହିଁଙ୍କ ମଧ୍ୟରେ ଥିଲା ଅନେକ ସମାନତା । ଦୁଇ କଳାକାରଙ୍କ ସିନେମା ପ୍ରତି ଥିଲା ଅଶେଷ ଶ୍ରଦ୍ଧା । ନୋ ନନ୍‌ସେନ୍ସ ଆଭିମୁଖ୍ୟରେ ବିଶ୍ୱାସ ରଖୁଥିଲେ ଉଭୟ ରିଷି ଓ ଇରଫାନ । ଅନାବଶ୍ୟକ ଆଡମ୍ବରକୁ ବି ପସନ୍ଦ କରୁ ନ ଥିଲେ ଦୁଇ କଳାକାର । ଦୁଇ ଅଭିନେତାଙ୍କ ଏମିତି ବହୁତ ଫିଲ୍ମ ରହିଛି, ଯାହାକୁ କି ଦର୍ଶକ ସବର୍ଦା ପସନ୍ଦ କରିବେ ।

ମୀରା ନାୟାରଙ୍କ ସଲାମ ବମ୍ବେ ଫିଲ୍ମରେ ଇରଫାନଙ୍କୁ ପ୍ରମୁଖ ଭୂମିକାରେ ନେବା ପାଇଁ ବିଚାର କରାଯାଉଥିଲା । କିନ୍ତୁ ୧୯୮୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଏକ ବୟ ଗ୍ୟାଙ୍ଗଷ୍ଟରର ଭୂମିକା ପାଇଁ ଇରଫାନ ସେତେବେଳେ ଟିକେ ବୟସ୍କ ଲାଗୁଥିଲେ ବୋଲି ଫିଲ୍ମର ସହ କାହାଣୀ ଲେଖକ ସୋନି ତାରାପୋରବାଲା କହନ୍ତି । ଦୁଃଖର ସହ ମୀରା ନାୟାର ଇରଫାନଙ୍କୁ ସେହି ପ୍ରମୁଖ ଭୂମିକା ଦେଇ ନ ଥିଲେ । ଶେଷରେ ଏକ ରୋଡସାଇଡ୍ ଲେଖକର ଛୋଟ ଭୂମିକାରେ ଅଭିନୟ କରିଥିଲେ ଇରଫାନ୍ ।

ରିଷି କପୁର କିନ୍ତୁ ନିଜ କ୍ୟାରିଅର ଆରମ୍ଭରୁ ଇଟରନାଲ ଲଭର୍ ବୟର ଭୂମିକା ନିଭାଇଥିଲେ । ୧୯୭୦ର ମେରା ନାମ ଜୋକର ଫିଲ୍ମରେ ନିଜ ଶିକ୍ଷୟିତ୍ରୀଙ୍କୁ ଭଲ ପାଉଥିବା ଜଣେ ଅସ୍ଥିର କିଶୋର ହୁଅନ୍ତୁ ବା ୧୯୭୩ର ଫିଲ୍ମ ବବିରେ ସୌଖୀନ, ସୁଟ୍ ପିନ୍ଧା ଟିନଏଜ୍ ଲଭର । ବବି ଫିଲ୍ମ ସତୁରୀ ଦଶକର କିଶୋରଙ୍କୁ ବେଶ୍ ପ୍ରଭାବିତ କରିଥିଲା । ବବି ଫିଲ୍ମ ସେମାନଙ୍କୁ ପ୍ରେମ, ଦୈହିକ ସଂପର୍କ, ନଟେଡ୍ ଟପ୍ ଓ ଲେଦର ଜ୍ୟାକେଟ୍ ବାବଦରେ ପରିଚିତ କରାଇଲା । କୌଣସି ଶ୍ରେଣୀ ଓ ଧର୍ମ ନ ମାନି ନୀର୍ଭିକ ଭାବେ ପ୍ରେମ କରିବା ଯୁବକମାନଙ୍କୁ ଶିଖାଇଥିଲା ରିଷିଙ୍କ ବବି । ବବି ସହ ଏକାଧିକ ସାଂଗୀତିକ ମନୋରଂଜନଧର୍ମୀ ରୋମାନ୍ସ ଡ୍ରାମାରେ ଅଭିନୟ କରିଚାଲିଲେ ରିଷି ।

ବୟସ ବଢିବା ସହ ଆଉ ଏକ ପ୍ରକାର ବାସ୍ତବଧର୍ମୀ ଫିଲ୍ମରେ ଅଭିନୟ କଲେ ରିଷି କପୁର । ଅଭିନୟ ଓ ଚରିତ୍ର ଚିତ୍ରଣରେ ଥିଲା ବିବିଧତା । ୨୦୧୧ର ଦୋ ଦୁନି ଚାର୍ ରେ ଜଣେ ସାଧାରଣ ମଧ୍ୟବିତ ହେଉ ବା ୨୦୧୭ର ମୁଲ୍କରେ ଆତଙ୍କବାଦ ଅଭିଯୁକ୍ତ ଏକ ବୟୋବୃଦ୍ଧ ମୁସଲିମ ଭୂମିକା ରିଷିଙ୍କ ବିବିଧତାକୁ ପ୍ରମାଣିତ କରେ । ଟ୍ୱିଟରରେ ସେ ଜଣେ ଚିରାଚରିତ ଡ୍ରଙ୍କ୍ ଅଙ୍କଲ୍ ହୋଇପାରନ୍ତି । ନିଜ ମନକୁ ଯାହା ଆସିଲା, ତାହା ବିନା ଦ୍ୱିଧାରେ ପରିପ୍ରକାଶ କରନ୍ତି । ତାଙ୍କ ଆତ୍ମଜୀବନୀ ଖୁଲମଖୁଲ୍ଲାରେ ରିଷିଙ୍କ ନିର୍ଭୀକତା ଓ ସ୍ପଷ୍ଟବାଦିତାର ପ୍ରମାଣ ମିଳେ । ନିଜକୁ ଜଣେ ଗୋମାଂସ ଖାଉଥିବା ହିନ୍ଦୁ ବୋଲି ଖୋଲାଖୋଲି କହିଥିଲେ ରିଷି କପୁର । ଏପରିକି ସେ ପାକିସ୍ତାନ ସହ ଶାନ୍ତି କଥାବାର୍ତ୍ତା ସପକ୍ଷରେ ବି ମତ ଦେଇଥିଲେ । ସମ୍ବେଦନଶୀଳ ପ୍ରସଙ୍ଗରେ ସଚ୍ଚୋଟତା ଓ ନୀର୍ଭିକତାର ସହ ମତ ରଖୁଥିଲେ ରିଷି । କିଏ କଣ କହିବ, ସେ ଭୟ ତାଙ୍କଠାରେ ନ ଥିଲା ।

ରିଷିଙ୍କ ପରି ଇରଫାନ ମଧ୍ୟ ଥିଲେ ରୋକଠୋକ ସତ କହୁଥିବା ବ୍ୟକ୍ତି। ସେ ନିର୍ଭୀକ ଓ ସ୍ପଷ୍ଟବାଦୀ । ଛେଳିମେଣ୍ଢାଙ୍କ ହତ୍ୟା କୁରବାନୀ ଓ ବା ତ୍ୟାଗର ସଂଜ୍ଞା ନୁହେଁ ବୋଲି କହି ମୌଳବାଦୀଙ୍କ ଆକ୍ରୋଶର ଶୀକାର ହୋଇଥିଲେ ଇରଫାନ୍ । ତଥାପି ସେ ପଛକୁ ହଟି ନ ଥିଲେ । ଆନ୍ତର୍ଜାତିକ ସିନେମାରେ ପ୍ରବେଶ ସହ ଇରଫାନଙ୍କ ଖ୍ୟାତି ବଢିବାରେ ଲାଗିଲା । ବିବିଧ ଓ ପରିପକ୍ୱ ଭୂମିକାରେ ଅଭିନୟ କଲେ ଇରଫାନ୍ । ୨୦୦୬ରେ ଫିଲ୍ମ ଦି ନେମସେକରେ ଅଶୋକ ଗାଙ୍ଗୁଲି , ୨୦୧୨ର ଲାଇଫ ଅଫ ପାଇରେ ପାଇ ପଟେଲ୍ , ୨୦୧୦ର ଇନ୍ ଟ୍ରିଟମେଂଟରେ ଜଣେ ଅନିୟନ୍ତ୍ରିତ ଶୋକାକୁଳ ଗଣିତ ଶିକ୍ଷକ ଓ ୨୦୨୩ର ଦି ଲଂଚବକ୍ସ ଫିଲ୍ମରେ ସଜ୍ଜନ ଫର୍ଣ୍ଣାଣ୍ଡେଜ୍ ଭଳି ପରିପକ୍ୱ ଓ ବୟସ୍କ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରସିଦ୍ଧି ହାସଲ କରିଥିଲେ ଇରଫାନ୍ । ଏପରିକ ୨୦୧୫ର ଜୁରାସିକ ୱାର୍ଲ୍ଡ ଓ ୨୦୧୬ରେ ଇନଫେର୍ନୋ ଭଳି ହଲିଉଡ ଫିଲ୍ମରେ ଚିରାଚରିତ ଖଳନାୟକ ଭୂମିକା ନିଭାଇଥିଲେ ମଧ୍ୟ ତାଙ୍କ ଅଭିନୟର ସ୍ୱତନ୍ତ୍ରତା ସେସବୁ ଫିଲ୍ମକୁ ରୁଦ୍ଧିମନ୍ତ କରିଥିଲା । ଉଭୟ ରିଷି ଓ ଇରଫାନ କ୍ୟାନସର ସହ ସଂଘର୍ଷ କରୁଥିଲେ ମଧ୍ୟ ଭାଙ୍ଗି ପଡି ନ ଥିଲେ । ଶେଷ ପର୍ଯ୍ୟନ୍ତ ସେମାନେ ପ୍ରଫୁଲ୍ଲିତ ଥିଲେ । ହସ ପରିହାସ କରୁଥିଲେ । ସୁସ୍ଥ ହେଲା ପରେ ଇରଫାନ ଜଣେ ‘ଅଜଣା ଅତିଥି’ଙ୍କ ସହ ବୁଝାମଣା କରିଥିବା କଥା କହିଥିଲା ବେଳେ ରିଷି କପୁର ସୁସ୍ଥ ହେଲା ପରେ ସଂଗେ ସଂଗେ ସୁଟିଂ ସେଟକୁ ଫେରି ‘ଶର୍ମାଜୀ ନମକିନ’ରେ ଅଭିନୟ କରିଥିଲେ । ଆଉ ଟ୍ୱିଟରରେ ବି ବେଶ୍ ସକ୍ରିୟ ହୋଇଯାଇଥିଲେ ।

ଫିଲ୍ମ ଡି-ଡେ’ରେ ଉଭୟ ରିଷି ଓ ଇରଫାନ ନିଜ ନିଜର ଚିରାଚରିତ ଅଭିନୟ ଦକ୍ଷତା ପ୍ରତିପାଦିତ କରିଥିଲେ । ନିଜ ନିଜର ଚରିତ୍ରର ଆବଶ୍ୟକତା ଅନୁସାରେ ଉଚ୍ଚକୋଟୀର ଅଭିନୟ କରିଥିଲେ ଦୁଇ ଅଭିନେତା । ସେହି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ହୁମା କୁରେସୀ ରିଷି ଓ ଇରଫାନଙ୍କ ବ୍ୟକ୍ତିତ୍ୱ ଓ ପ୍ରତିଭାକୁ ବେଶ୍ ପ୍ରଶଂସା କରିଛନ୍ତି । ଏହି ଟ୍ୱିନ୍ ଟାଲେଂଟଙ୍କ ବିୟୋଗରେ ଡି-ଡେ’ ଫିଲ୍ମର ନିର୍ଦ୍ଦେଶକ ନିଖିଲ ଆଡଭାନି ମ୍ରିୟମାଣ । ସେମାନଙ୍କ ବିୟୋଗରେ ସେ ଶୂନ୍ୟତା ଅନୁଭବ କରୁଛନ୍ତି ବୋଲି ଆଡଭାନି କହିଛନ୍ତି । ଅନ୍ୟମାନେ ବି ଏୟା ଅନୁଭବ କରୁଛନ୍ତି । ଲକ୍ ଡାଉନରେ ରିଷି କପୁର ଅନ୍ୟଜଣଙ୍କର ଟ୍ୱିଟକୁ ରିଟ୍ୱିଟ୍ କରିଥିଲେ । ସେଥିରେ ଲେଖାଥିଲା , ‘‘ହ୍ୟାଙ୍ଗ୍ ଇନ ଦେୟାର, ୱାର୍ଲ୍ଡ” । ଆଉ ଇରଫାନ କହିଥିଲେ, ’’ୱେଟ ଫର ମି,’’ । ବାସ୍ତବରେ ଜୀବନ ପାଇଁ ଦୁଇ କିମ୍ବଦନ୍ତୀଙ୍କ ମହାନ ଉପଦେଶ ।

ଲେଖକ

କାବେରୀ ବମଜାଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.