ETV Bharat / sitara

ଡ୍ରଗ୍ସ ମାମଲାରେ ଟଲିଉଡର ନାହିଁ ଲିଙ୍କ୍: ଇଡି

author img

By

Published : Sep 25, 2021, 1:06 PM IST

ଟଲିଉଡ ଡ୍ରଗ୍ସ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସନ୍ଦେହ ଘେରରେ ଥିବା ସମସ୍ତ ଅଭିନେତାଙ୍କୁ ଦେଲେ କ୍ଲିନ୍ ଚିଟ୍ । ଅଧିକ ପଢନ୍ତୁ...

ଡ୍ରଗ୍ସ ମାମଲାରେ ଟଲିଉଡର ଲିଙ୍କ୍ ନାହିଁ: ଇଡି
ଡ୍ରଗ୍ସ ମାମଲାରେ ଟଲିଉଡର ଲିଙ୍କ୍ ନାହିଁ: ଇଡି

ହାଇଦ୍ରାବାଦ: ଟଲିଉଡ ଡ୍ରଗ୍ସ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ । ମାମଲାରେ କୌଣସି ଟଲିଉଡ ଷ୍ଟାରଙ୍କ ଲିଙ୍କ୍ ନଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁସନ୍ଧାନ ପରେ ସୂଚନା ଦେଇଛି । ୪ ବର୍ଷ ପୂର୍ବେ କଷ୍ଟମ୍ ଅଧିକାରୀମାନେ ଜଣେ ସଂଗୀତଜ୍ଞ କାଲଭିନ ମାସ୍କେରନାହସ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ 30 ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିଥିଲେ ।

ପରବର୍ତ୍ତୀ ସମୟରେ ଏହି ଗିରଫ ଅଭିଯୁକ୍ତ ସେଲିବ୍ରିଟି, ସଫ୍ଟୱେୟାର ଇଞ୍ଜିନିୟରମାନଙ୍କୁ ଡ୍ରଗ୍ ଯୋଗାଉଛନ୍ତି ବୋଲି କହିଥିଲେ । କଷ୍ଟମ୍ସ ଅଧିକାରୀମାନେ ମଧ୍ୟ ସେମାନଙ୍କ ନିକଟରୁ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ମୋବାଇଲ୍ ନମ୍ବର ମଧ୍ୟ ପାଇଥିଲେ । ଏହାକୁ ଆଧାର କରି କଷ୍ଟମ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲା ।

12 ଜଣ ଟଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ମଧ୍ୟ ଇଡି ତଦନ୍ତ କରିଥିଲା । ଅଭିନେତା ତରୁଣଙ୍କୁ ଜେରା କରିବା ସହ ସେପ୍ଟେମ୍ବର 22ରେ ଇଡିର ତଦନ୍ତ ପ୍ରକ୍ରିୟା ଶେଷ ହୋଇଥିଲା ।

ସୂଚନା ଅନୁଯାୟୀ ଅଗଷ୍ଟ 31 ରେ, ଇଡି ସିନେ ସେଲିବ୍ରିଟିଙ୍କୁ ପଚରାଉଚରା କରିଥିଲା ​​। ପୁରୀ ଜଗନ୍ନାଥ, ଚାର୍ମୀ, ରକୁଲପ୍ରୀତ ସିଂ ଏବଂ ଡଗ୍ଗୁବତୀ ରାଣାଙ୍କୁ ଯଥାକ୍ରମେ ସେପ୍ଟେମ୍ବର 2 ରୁ 8 ମଧ୍ୟରେ ପଚରାଉଚରା କରାଯାଇଥିଲା । ଏହି ସମୟରେ ଡ୍ରଗ୍ସ ଡିଲର କାଲଭିନ ଏବଂ ତାଙ୍କ ବନ୍ଧୁ ଜିଶାନଙ୍କ ବାସଭବନରେ ମଧ୍ୟ ଡ୍ରଗ୍ସ ଥିବା ନେଇ ଖୋଜା ଖୋଜି କରାଯାଇଥିଲା । ଏପରିକି ସେମାନଙ୍କୁ ଇଡିରେ ହାଜର ହେବାକୁ ମଧ୍ୟ ସମନ ଜାରି କରାଯାଇଥିଲା ।

ଡ୍ରଗ୍ସ ଯୋଗାଇବା ପାଇଁ କାଲଭିନ ଏକ ହ୍ବାଟସ୍ ଆପ୍ ଗ୍ରୁପ୍ କରିଥିଲା ବୋଲି ପ୍ରାଥମିକ ତଦନ୍ତରେ ଅବକାରୀ ବିଭାଗ କହିଥିଲା । ଅଧିକାରୀମାନେ କହିଛନ୍ତି ଯେ ଅନୁସନ୍ଧାନକୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ସେ ଟଲିଉଡ ସେଲିବ୍ରିଟିଙ୍କ ନାମ ଉଲ୍ଲେଖ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ଟଲିଉଡ୍ ଅଭିନେତାମାନଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.