ସୁବର୍ଣ୍ଣପୁର: ଆଉ ନାହାନ୍ତି ସମ୍ବଲପୁର ସିନେମା ଜଗତର ଭେଟେରାନ ଅଭିନେତା ଅଟଳ ବିହାରୀ ପଣ୍ଡା। ଶଲାବୁଢ଼ାଙ୍କୁ ଆଉଥରେ ଝିଲମିଲ ପରଦାରେ ଦେଖିବାର ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା। ତାଙ୍କ ମୃତ୍ୟୁରେ କୋଶଳୀ ନାଟକ , ସଙ୍ଗୀତ, ଚଳଚ୍ଚିତ୍ର ଜଗତରେ ଗୋଟିଏ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏକ ସାଂସ୍କୃତିକ ଯୁଗର ଅବସାନ ଘଟିଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଥିବା ବେଳେ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଗୋରେଖ ନାଥ ସାହୁ ସମବେଦନା ଜଣାଇଛନ୍ତି ।
ସେହିପରି ନବୀନଙ୍କ ଟ୍ବିଟରେ ଶୋକ ପ୍ରକାଶ କରିଲେଖିଛନ୍ତି, ଲୋକପ୍ରିୟ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। 'ଶଲାବୁଢା', 'ଆଦିମ ବିଚାର' ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।’
-
ଲୋକପ୍ରିୟ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। 'ସଲାବୁଢା', 'ଆଦିମ ବିଚାର' ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 5, 2021 " class="align-text-top noRightClick twitterSection" data="
">ଲୋକପ୍ରିୟ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। 'ସଲାବୁଢା', 'ଆଦିମ ବିଚାର' ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 5, 2021ଲୋକପ୍ରିୟ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। 'ସଲାବୁଢା', 'ଆଦିମ ବିଚାର' ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 5, 2021
ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ।
-
ବର୍ଷିଆନ ଅଭିନେତା ତଥା ନାଟ୍ଯକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତରେ ମାନ୍ୟବର ରାଜ୍ୟପାଳ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।ତାଙ୍କ ବିୟୋଗ ଓଡ଼ିଆ ସିନେଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିବା ସହ ତାଙ୍କ ଅଭିନୀତ 'ଶଲାବୁଢା' ଓ 'ଆଦିମ ବିଚାର' ପରି ସିନେମା ସିନେପ୍ରେମୀଙ୍କ ମନରେ ଅତୁଟ ଛାପ ଛାଡିଛି। pic.twitter.com/KSTVnWdmYA
— Governor Odisha (@GovernorOdisha) June 5, 2021 " class="align-text-top noRightClick twitterSection" data="
">ବର୍ଷିଆନ ଅଭିନେତା ତଥା ନାଟ୍ଯକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତରେ ମାନ୍ୟବର ରାଜ୍ୟପାଳ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।ତାଙ୍କ ବିୟୋଗ ଓଡ଼ିଆ ସିନେଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିବା ସହ ତାଙ୍କ ଅଭିନୀତ 'ଶଲାବୁଢା' ଓ 'ଆଦିମ ବିଚାର' ପରି ସିନେମା ସିନେପ୍ରେମୀଙ୍କ ମନରେ ଅତୁଟ ଛାପ ଛାଡିଛି। pic.twitter.com/KSTVnWdmYA
— Governor Odisha (@GovernorOdisha) June 5, 2021ବର୍ଷିଆନ ଅଭିନେତା ତଥା ନାଟ୍ଯକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତରେ ମାନ୍ୟବର ରାଜ୍ୟପାଳ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।ତାଙ୍କ ବିୟୋଗ ଓଡ଼ିଆ ସିନେଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିବା ସହ ତାଙ୍କ ଅଭିନୀତ 'ଶଲାବୁଢା' ଓ 'ଆଦିମ ବିଚାର' ପରି ସିନେମା ସିନେପ୍ରେମୀଙ୍କ ମନରେ ଅତୁଟ ଛାପ ଛାଡିଛି। pic.twitter.com/KSTVnWdmYA
— Governor Odisha (@GovernorOdisha) June 5, 2021
ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ ।
‘ଶଲାବୁଢା’ ଚଳଚ୍ଚିତ୍ର ଜରିଆରେ ମୁଖ୍ୟ ଅଭିନେତା ରୂପେ ପ୍ରଥମଥର ବଡ ପରଦାରେ କାମ କରିଥିଲେ ସେ । ଏହାପରେ ‘ଆଦିମ ବିଚାର’ର ମୁଖ୍ୟ ଅଭିନେତା ରୂପେ ନଜର ଆସିଥିଲେ ସେ । କଥା, ଭାଷା, ଚାହାଣୀ, କହିବାର ଠାଣୀ, ଶରୀରର ଭାଷା ଓ ହୃଦୟକୁ ସ୍ପର୍ଶ କଲାଭଳି ଅଭିନୟ ମାଧ୍ୟମରେ ସେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ।
ପ୍ରକାଶ ଥାଉକି ଗତ ମେ 16 ତାରିଖରେ ଅଟଳ ବିହାରୀଙ୍କ ପତ୍ନୀ ଲଳିତା ପଣ୍ଡାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁପରେ ପରେ ମେ ’ 19 ରେ ଅଟଳ ଅସୁସ୍ଥ ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଯେ ସ୍ବର୍ଗତ ଅଟଳ ବିହାରୀ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା ବିନିକା ରଥପଡାରେ 1929 ମସିହାରେ ଜନ୍ମଗ୍ରହଣ କରିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ