ETV Bharat / sitara

ପ୍ରଭାସ@40, ବାହୁବଳୀ ହୋଇ ଜିତିଥିଲେ 5 ହଜାର ଝିଅଙ୍କ ମନ

author img

By

Published : Oct 23, 2019, 8:28 AM IST

40 ବର୍ଷରେ ପଦାର୍ପଣ କରିଛନ୍ତି ତେଲୁଗୁ ସୁପରଷ୍ଟାର ପ୍ରଭାସ । ତେଲୁଗୁ ଇଣ୍ଡଷ୍ଟ୍ରିକୁ ଦେଇସାରିଛନ୍ତି ଅନେକ ବ୍ଲକବଷ୍ଟର ଫିଲ୍ମ । ଫିଲ୍ମଠୁ ଅଧିକ ଫିମେଲ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ପ୍ରଭାସ।

ଡିଜାଇନ ଫଟୋ

ମୁମ୍ବାଇ: ‘ବାହୁବଳୀ’ ଫେମ ତଥା ମୋଷ୍ଟ ହ୍ୟାଣ୍ଡସମ ଆକ୍ଟର ପ୍ରଭାସ ନିଜ କ୍ୟାରିୟର ଆରମ୍ଭ ତେଲୁଗୁ ଫିଲ୍ମରୁ କରିଥିଲେ । କିନ୍ତୁ ଏବେ ସେ ବଲିଉଡର ମଧ୍ୟ ସୁପରହିରୋ ହୋଇସାରିଲେଣି । ‘ବାହୁବଳୀ’ରୁ ରାତାରାତି ଫେମସ ହୋଇଥିବା ପ୍ରଭାସଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକ ନାହିଁ । କାରଣ ତାଙ୍କ ନାଁ ହିଁ ତାଙ୍କ ପରିଚୟ । ଏହି ବିଶିଷ୍ଟ ଅଭିନେତାଙ୍କ ଆଜି 40ତମ ଜନ୍ମଦିନ । ଏହି ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍...

ପ୍ରଭାସଙ୍କ ପୁରା ନାମ ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟ୍ଟି । ଅନେକ ଫ୍ୟାନ୍ସଙ୍କୁ ଜଣା କି ପ୍ରଭାସଙ୍କ ହିନ୍ଦୀ ଡେବ୍ୟୁ ଫିଲ୍ମ ନିକଟରରେ ରିଲିଜ ହୋଇଥିବା ‘ସାହୋ’ । କିନ୍ତୁ ସେ 2014ରେ ଆସିଥିବା ବି-ଟାଉନ ସିଂଘମ ଅଜୟ ଦେବଗନଙ୍କ ‘ଆକ୍ସନ ଜ୍ୟାକସନ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମରେ ଫେମସ କୋରିଓଗ୍ରାଫର, ଅଭିନେତା ପ୍ରଭୁଦେବା ମଧ୍ୟ ନଜର ଆସିଥିଲେ ।

photo-2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ ଫ୍ୟାନକ୍ଲବ

ପ୍ରଭାସ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି ହିରୋ ଯାହାଙ୍କ ମହମ ପ୍ରତିମୂର୍ତ୍ତି ବ୍ୟାଙ୍କକ ମ୍ୟାଡମ ତୁଷାଦରେ ସ୍ଥାପନ କରାଯାଇଛି । ଅମରେନ୍ଦ୍ର ବାହୁବଳୀ ଅବତାରରେ ତାଙ୍କ ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।

ପ୍ରଭାସ ତେଲୁଗୁର ଫେମସ ପ୍ରଯୋଜକ ସୂର୍ଯ୍ୟନାରାୟଣ ରାଜୁଙ୍କ ପୁଅ । ଅନ୍ୟପଟେ ତାଙ୍କ ଦାଦା କୃଷ୍ଣାମ ରାଜୁ ମଧ୍ୟ ଟଲିଉଡ ଷ୍ଟାର । ଫିଲ୍ମରେ ଆସିବା ପୂର୍ବରୁ ପ୍ରଭାସ କେବେ ମଧ୍ୟ ଆକ୍ଟର ହେବାକୁ ଚାହୁଁନଥିଲେ । ସେ ନିଜ କ୍ୟାରିୟର ହୋଟେଲ ଇଣ୍ଡଷ୍ଟ୍ରିରେ ଗଢିବାକୁ ପ୍ଲାନିଂ କରୁଥିଲେ । ଏହି କଥାର ଖୁଲାସା ସେ ନିଜ ଏକ ସାକ୍ଷାତକାରରେ କରିଥିଲେ । ପ୍ରଭାସଙ୍କ ଫେଭରେଟ ଡିସ ଚିକେନ ବିରିୟାନୀ । ପ୍ରଭାସଙ୍କ ‘ବାହୁବଳୀ’ ଫିଲ୍ମ 1000 କୋଟି କଲେକ୍ସନ କରି ଇତିହାସ ରଚିଥିଲା । ଫିଲ୍ମରେ ଯେତିକି ଫେମସ ପ୍ରଭାସ ତାହା ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଲଭ ଲାଇଫ ।

photo-3

‘ବାହୁବଳୀ’ ସମୟରେ ଶୁଣିବାକୁ ମିଳୁଥିଲା ଯେ ପ୍ରଭାସ ନିଜଠୁ 13 ବର୍ଷ ସାନ ଝିଅଙ୍କୁ ବିବାହ କରିବାକୁ ଯାଉଛନ୍ତି । ମିଡିଆରେ ଏହି ଖବର ଜୋର ଧରିଥିଲା । କିନ୍ତୁ ପ୍ରଭାସ ଏବଂ ତାଙ୍କ ପରିବାର ଏହି ବିଷୟରେ କୌଣସି ଔପଚାରିକ ଘୋଷଣା କରିଥିଲେ । ପରେ ବିବାହ ଖବରକୁ ଖଣ୍ଡନ କରିଥିଲେ ପ୍ରଭାସ ।

ସେହିଠାରେ ଆଉ ଏକ ଖବର ଫ୍ୟାନ୍ସଙ୍କ ମନକୁ ଖୁସି କରିଦେଇଥିଲା । ପ୍ରଭାସ ଓ ଦେବସେନା ତଥା ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ଡେଟ କଥା । କୌଣସି କାରଣରୁ ଦୁଇଜଣଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା । ଦୁଇଜଣ ‘ବାହୁବଳୀ’ ପୂର୍ବରୁ ଅନେକ ଫିଲ୍ମରେ ଏକାଠି କାମ କରିସାରିଛନ୍ତି । ଆଉ ଦୁଇଜଣଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ଦର୍ଶକଙ୍କୁ ସବୁବେଳେ ବ୍ୟାକୁଳ ।

photo-1

2017ରେ ଫିଲ୍ମ ‘ବାହୁବଳୀ: ଦ କନକ୍ଲୁଜନ’ ରିଲିଜ ହେବା ପରେ ପୁରା ଦେଶର ଝିଅ ପ୍ରଭାସଙ୍କ ଦିୱାନୀ ହୋଇଯାଇଥିଲେ । ପ୍ରଭାସ ଦେଶର ମୋଷ୍ଟ ଏଲିଜିବଲ ବ୍ୟାଚଲର । ତାଙ୍କୁ ପାଖାପାଖି 5000 ବିବାହ ପ୍ରସ୍ତାବ ଆସିଥିଲା । ଖାଲି ଏତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳୁଥିଲା ଯେ ପ୍ରଭାସ ଫେମସ ଇଣ୍ଡଷ୍ଟ୍ରିଲିଷ୍ଟଙ୍କ ନାତୁଣୀଙ୍କୁ ବିବାହ କରିବାକୁ ଯାଉଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.