ETV Bharat / sitara

‘ବଘିରା’ର ଦମଦାର ଟିଜର ରିଲିଜ, ସାଇକୋ ଅବତାରରେ ପ୍ରଭୁଦେବା

author img

By

Published : Feb 20, 2021, 10:24 AM IST

ଆସିଲା ବହୁ ଚର୍ଚ୍ଚିତ ଫିଲ୍ମ ‘ବଘିରା’ର ଟିଜର ଭିଡିଓ । ଯାହାର ସୂଚନା ଦେଲେ ଧନୁଷ । କିଲର ସାଜି ସମସ୍ତଙ୍କୁ ହତ୍ୟା କରୁଛନ୍ତି ପ୍ରଭୁଦେବା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭୁଦେବା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭୁଦେବା

ମୁମ୍ବାଇ: ତାମିଲ ସୁପରଷ୍ଟାର ତଥା ଫେମସ କୋରିଓଗ୍ରାଫର ପ୍ରଭୁଦେବା ନିଜ ଡ୍ୟାନ୍ସ ସହ ଅଭିନୟ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ସେ ଫିଲ୍ମରେ ଯେତେ ସଫଳ, ସେମିତି କୋରିଓଗ୍ରାଫିରେ ମଧ୍ୟ। ଇତିମଧ୍ୟରେ ପ୍ରଭୁଦେବାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । କାରଣ ଜାରି ହୋଇଯାଇଛି ତାଙ୍କ ଅପକମିଂ ଫିଲ୍ମ ‘ବଘୀରା’ର ଦମଦାର ଟିଜର ଭିଡିଓ ।

‘ବଘିରା’ ଏକ ସାଇକୋ ଥ୍ରିଲର ଡ୍ରାମା ଫିଲ୍ମ । ଯାହାର ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଛନ୍ତି ଅଦଭିକ ରବିଚନ୍ଦ୍ରନ । ସେହିପରି ଫିଲ୍ମରେ ପ୍ରଭୁଦେବାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଅମାୟରା ଦସ୍ତୁର । ହେଲେ ଅମାୟରା ବ୍ୟତୀତ ଏହି ଫିଲ୍ମରେ ପ୍ରଭୁଦେବା ଅନେକ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ।

ମୁଖ୍ୟ କଥା ହେଲା ଯେ ଫିଲ୍ମର ପ୍ରଭୁଦେବାଙ୍କ ଭିନ୍ନ ଭିନ୍ନ ଅବତାର ଦେଖିବାକୁ ମିଳିବ । ସେ ଜଣେ ସାଇକୋ କିଲର ରୋଲରେ ଅଭିନୟ କରୁଛନ୍ତି । ପ୍ରକାଶ ଥାଉକି ଏହି ଫିଲ୍ମରେ ସୁପରଷ୍ଟାର ଧନୁଷଙ୍କୁ ମଧ୍ୟ ଦେଖିବାକୁ ମିଳିବ । ‘ବଘିରା’ ପୂର୍ବରୁ ଏହି ଯୋଡି ‘ମାରୀ 2’, ‘ରାଉଡି ବେବି’ ଗୀତରେ ଏକାଠି ଅଭିନୟ କରିସାରିଛନ୍ତି ।

ସେପଟେ ଧନୁଷ ବଘିରାର ଟିଜର ଭିଡିଓ ଟ୍ବିଟରରେ ସେୟାର କରି ଧନୁଷ ଲେଖିଛନ୍ତି, ‘ମୋ ବନ୍ଧୁ ପ୍ରଭୁଦେବାଙ୍କ ଫିଲ୍ମର ଟିଜର ରିଲିଜ କରି ଖୁସି ଅନୁଭବ ହେଉଛି । ଏହି ଟ୍ବିଟ ସେ ପ୍ରଭୁଦେବାକୁ ଟ୍ୟାଗ ମଧ୍ୟ କରିଛନ୍ତି । ’ଏବେ ଦେଖନ୍ତୁ ଟିଜର...

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.