ହାଇଦ୍ରାବାଦ: ଆଖି ମାରି ସମସ୍ତଙ୍କୁ ଦିୱାନା କରିଥିବା ୱିଙ୍କ୍ ଗାର୍ଲ ପ୍ରିୟା ପ୍ରକାଶ ୱାରିୟରଙ୍କ ଆଗାମୀ ଫିଲ୍ମ ‘ଚେକ୍’କୁ ନେଇ ଏକ୍ସାଇଡେଟ ଫ୍ୟାନ୍ସ । ଏହି ତେଲୁଗୁ ଫିଲ୍ମ ଜରିଆରେ ସେ ଟଲିଉଡରେ ଡେବ୍ୟୁ କରିବେ । ଆଉ ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଲୋକପ୍ରିୟ ସାଉଥ ଆକ୍ଟର ନୀତିନ । ସେହିପରି ରକୁଲ ପ୍ରୀତ ସିଂଙ୍କ ଅଭିନୟ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ ।
ଫିଲ୍ମରେ ନୀତିନ ଜଣେ କଏଦୀ ଭୂମିକାରେ ନଜର ଆସିବେ । ଆଉ ଜେଲରେ ରହି ଭିଲେନଙ୍କ ସହ ଫାଇଟ୍ ମଧ୍ୟ କରୁଥିବାର ଦେଖାଯିବେ । ସେପଟେ ରକୁଲ ଓକିଲ ହୋଇଥିବା ବେଳେ ନୀତିନଙ୍କ ଗାର୍ଲଫ୍ରେଣ୍ଡ ସାଜିଛନ୍ତି ପ୍ରିୟା । ଦମଦାର ଡାଇଲଗ ସହ ଜବରଦସ୍ତ ଆକ୍ସନ ସିନ ଫିଲ୍ମରେ ସାମିଲ କରିଛନ୍ତି ମେକର୍ସ । ଦେଖନ୍ତୁ ଟ୍ରେଲର...
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ଏହି ଆକ୍ସନ ଡ୍ରାମା ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଫେମସ ନିର୍ଦ୍ଦେଶକ ଚନ୍ଦ୍ର ଶେଖର । ଫେବୃଆରୀ 26ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।