ETV Bharat / sitara

ସେବା କରିବାକୁ ଆମ୍ବୁଲାନ୍ସ ଡ୍ରାଇଭର ସାଜିଲେ ଅଭିନେତା - କୋରୋନାର ଦ୍ବିତୀୟ ଲହରର ପ୍ରକୋପ

କୋରୋନା ମହାମାରୀ ମଧ୍ୟରେ ଅନେକ କଳାକାର ଦେବଦୂତ ସାଜି ଲୋକଙ୍କ ସେବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି କନ୍ନଡ ଆକ୍ଟର ଅର୍ଜୁନ। ଆଉ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 30, 2021, 1:08 PM IST

ଚେନ୍ନାଇ: ଦେଶରେ ଏହି ସମୟରେ କୋରୋନାର ଦ୍ବିତୀୟ ଲହରର ପ୍ରକୋପ ଦେଖିବାକୁ ମିଳୁଛି । ଏଯାବତ ଲକ୍ଷ ଲକ୍ଷ ଲୋକ କୋରୋନା ସଂକ୍ରମିତ ହୋଇସାରିଲାଣି । ଏମିତି ପରିସ୍ଥିତିରେ ଦେଶବାସୀଙ୍କ ଦୁଃଖ ଦେଖି ପାରୁନାହାଁନ୍ତି କଳା ଜଗତର କଳାକାରମାନେ । ଆଉ ଏବେ ଲୋକଙ୍କ ଦୁଃଖ ଦୂର କରିବାକୁ ଦେବଦୂତ ସାଜି ଆସିଛନ୍ତି ଜଣେ ଅଭିନେତା ।

ତେବେ କଥାଟି ହେଲା ଯେ କନ୍ନଡର ଫେମସ ଆକ୍ଟର ଅର୍ଜୁନ ଗୌଡା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ସାଜିଛନ୍ତି । ଏହାଦ୍ବାରା ସେ ଅଭାବୀ ଲୋକଙ୍କ ପାଖରେ ପ୍ରୋଜେକ୍ଟ ସ୍ମାଇଲ ଜରିଆରେ ସାହାଯ୍ୟ କରିବାକୁ ପହଞ୍ଚୁଛନ୍ତି ।

ଏହା ବିଷୟରେ ସେ ଆଲୋଚନା କରି କହିଛନ୍ତି, ‘ମୁଁ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇବାଠୁ ନେଇ କୋରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମୃତଦେହ ଶ୍ମଶାନ ଘାଟ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରୁଛି । ଗତ କିଛି ଦିନ ମଧ୍ୟରେ ଆମେ କୋରୋନା ସଂକ୍ରମିତରେ ଦେହାନ୍ତ ହୋଇଥିବା ଲୋକଙ୍କ ଅନ୍ତିମ ସଂସ୍କାର ମଧ୍ୟ କରିଛୁ । ଲୋକଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ । ଏଥିରେ କୌଣସି ଫରକ ପଡୁନାହିଁ ଯେ ଅସୁବିଧାରେ ଥିବା ମଣିଷ କେଉଁଠାରୁ ଆସୁଛି, କଣ କରୁଛି ଏବଂ କେଉଁ ଧର୍ମର । ବର୍ତ୍ତମାନ ଲୋକଙ୍କ ସେବା କରିବା ଆମର ମୂଳ ଧର୍ମ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.