ETV Bharat / sitara

ସ୍ବରା ଭାସ୍କରଙ୍କୁ କୋରୋନା - ସ୍ବରା ଭାସ୍କରଙ୍କୁ କୋରୋନା

ଅଭିନୟ ଜଗତରେ କାୟା ମେଲାଉଛି କୋରୋନା । ବଲିଉଡରୁ ଆରମ୍ଭ କରି ଟିଭି ଇଣ୍ଡଷ୍ଟ୍ରିର ଅନେକ କଳାକାର ଏବେ କୋରୋନା କବଳରେ । ଏହି ତାଲିକାରେ ଏବେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ନାଁ ଯୋଡି ହୋଇଛି। ଅଧିକ ପଢନ୍ତୁ

କୋରୋନା କବଳରେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର

author img

By

Published : Jan 7, 2022, 12:50 PM IST

ହାଇଦ୍ରାବାଦ: ଅଭିନୟ ଜଗତରେ କାୟା ମେଲାଉଛି କୋରୋନା । ବଲିଉଡରୁ ଆରମ୍ଭ କରି ଟିଭି ଇଣ୍ଡଷ୍ଟ୍ରିର ଅନେକ କଳାକାର ଏବେ କୋରୋନା କବଳରେ । ଏହି ତାଲିକାରେ ଏବେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ନାଁ ଯୋଡି ହୋଇଛି। ତାଙ୍କର କୋଭିଡ୍ 19 ରିପୋର୍ଟ ପଜିଟିଭ ଆସିଛି (Swara Bhaskar covid 19 positive) । ଏନେଇ ସେ ସୋସିଆଲ ମିଡିଆରେ କୋଭିଡ 19 ପଜିଟିଭ ଥିବା ବିଷୟରେ ସୂଚନା ଦେଇଛନ୍ତି । ସ୍ବରା ବର୍ତ୍ତମାନ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି ଏବଂ ଶୀଘ୍ର ସବୁକିଛି ଠିକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।

ସ୍ବରା ଭାସ୍କର ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଜ୍ବର ଏବଂ ଅନ୍ୟାନ୍ୟ ଲକ୍ଷଣ ଆସିବା ପରେ ସେ ତାଙ୍କର କୋଭିଡ 19 ପରୀକ୍ଷା କରିଥିଲେ, ଯାହାର ରିପୋର୍ଟ ପଜିଟିଭ ଆସିଛି । ସେ ଲେଖିଛନ୍ତି- 'ହେଲୋ କୋଭିଡ, ବର୍ତ୍ତମାନ ମୋର RT-PCR ଟେଷ୍ଟ ରେଜଲ୍ଟ ଆସିଛି ଏବଂ ଟେଷ୍ଟ ପଜିଟିଭ ଆସିଛି । ତେବେ ଡବଲ୍ ଟିକା ନେଇଥିବାରୁ ଆଶା ଅଛି ଶୀଘ୍ର ସବୁ ଠିକ୍ ହୋଇଯିବ । ଆପଣମାନେ ମଧ୍ୟ ସୁରକ୍ଷିତ ରୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.