ETV Bharat / sitara

ରଜନୀକାନ୍ତଙ୍କ ଘରେ ପୁଣି ବାଜିବ ସାହାନାଇ - wedding

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ କିଛିଦିନ ହେବ ତାଙ୍କ ଦ୍ବିତୀୟ ବିବାହକୁ ନେଇ ଚର୍ଚ୍ଚାରେ । ସୌନ୍ଦର୍ଯ୍ୟାଙ୍କ ବିବାହକୁ ନେଇ ଅନେକ ଗୁଜବ ପ୍ରକାଶ ପାଉଥିବାବେଳେ ଏବେ ସେ ନିଜେ ତାଙ୍କ ବିବାହକୁ ନେଇ ଘୋଷଣା କରିବା ସହ ଗୋଟିଏ ସୁନ୍ଦର ଫଟୋ ପୋଷ୍ଟ କରି ଉତ୍ସାହ ଦେଖାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 5, 2019, 3:36 PM IST

ହାଇଦ୍ରାବାଦ: ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ କିଛିଦିନ ହେବ ତାଙ୍କ ଦ୍ବିତୀୟ ବିବାହକୁ ନେଇ ଚର୍ଚ୍ଚାରେ । ସୌନ୍ଦର୍ଯ୍ୟାଙ୍କ ବିବାହକୁ ନେଇ ଅନେକ ଗୁଜବ ପ୍ରକାଶ ପାଉଥିବାବେଳେ ଏବେ ସେ ନିଜେ ତାଙ୍କ ବିବାହକୁ ନେଇ ଘୋଷଣା କରିବା ସହ ଗୋଟିଏ ସୁନ୍ଦର ଫଟୋ ପୋଷ୍ଟ କରି ଉତ୍ସାହ ଦେଖାଇଛନ୍ତି ।

undefined

ପ୍ରକାଶ ଥାଉକି, ସୌନ୍ଦର୍ଯ୍ୟା ଆସନ୍ତା 11ତାରିଖରେ ବିଜନେସମ୍ୟାନ ବିଶାଗନ ବନଙ୍ଗମୁଡିଙ୍କୁ ବିବାହ କରିବାକୁ ଯାଉଛନ୍ତି । ସୌନ୍ଦର୍ଯ୍ୟା ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ଆଉ ଗୋଟିଏ ସପ୍ତାହ ରହିଲା । ବ୍ରାଇଡ ମୋଡ । ବିବାହ ।' ତେବେ ସୌନ୍ଦର୍ଯ୍ୟାଙ୍କର ଏହା ଦ୍ବିତୀୟ ବିବାହ । 2010ରେ ସୌନ୍ଦର୍ଯ୍ୟା ଅଶ୍ବିନୀ ରାମକୁମାରଙ୍କୁ ବିବାହ କରିଥିଲେ କିନ୍ତୁ ଏହା ସୁଖମୟ ନ ଥିଲା । ଆଉ ପରେ ଉଭୟ ଛାଡପତ୍ର କରିବାକୁ ନିଷ୍ପତ୍ତି ନେଇ 2016ରେ ଅଲଗା ହୋଇଯାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି ।

ଖାଲି ସୌନ୍ଦର୍ଯ୍ୟାଙ୍କର ନୁହେଁ, ବରଂ ବିଶାଗନଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ । ରଜନୀକାନ୍ତ ମଧ୍ୟ ତାଙ୍କ ଝିଅଙ୍କ ପ୍ରଥମ ବିବାହକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ, ହେଲେ ଅସଫଳ ରହିଥିଲେ । ତେବେ ଏବେ ରଜନୀକାନ୍ତଙ୍କ ବାସଭବନରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୌନ୍ଦର୍ଯ୍ୟାଙ୍କ ବିବାହ ଚେନ୍ନାଇରେ ରଜନୀକାନ୍ତଙ୍କ ଘରେ ହେବ ।

ସୁତ୍ରାନୁଯାୟୀ, ଫେବୃୟାରୀ9ରୁ ସୌନ୍ଦର୍ଯ୍ୟାଙ୍କ ସଙ୍ଗୀତ ଓ ମେହେନ୍ଦୀ ଆରମ୍ଭ ହେବ । ସୌନ୍ଦର୍ଯ୍ୟା ରଜନୀକାନ୍ତ ଜଣେ ଗ୍ରାଫିକ ଡିଜାଇନର । ସେ ବାବା, ମଜା ଓ ଶିବାଜୀ ଭଳି ଫିଲ୍ମ ପାଇଁ କାମ କରିସାରିଛନ୍ତି । ଏହାଛଡା ସେ 2018ରେ ସେ ତାମିଲ ଫିଲ୍ମ 'ବଂଜାଗର ଉଲାଗମ' ଦ୍ବାରା ଅଭିନୟ କ୍ୟାରିୟର ମଧ୍ୟ ଡେବ୍ୟୁ କରିଛନ୍ତି ।

Intro:Body:

'ଡାଟମ୍‌'  ଚିଟ୍‌ଫଣ୍ଡ ଠକେଇ: କୋର୍ଟରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର: ଅଧିକ ସୁଧରେ ଲୋକଙ୍କୁ ଟଙ୍କା ଦେବା ପ୍ରତିଶ୍ରୁତି ଦେଇ ଠକେଇ ମାମଲାରେ ସଂପୃକ୍ତ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା କନିଷିରେ ଥିବା ଅର୍ଥ ଲଗାଣକାରୀ ସ˚ସ୍ଥା  'ଡାଟମ୍‌'ର ପରିଚାଳନା ନିର୍ଦ୍ଦେଶକ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ । ଏହି ସମୟରେ କୋର୍ଟ ପରିସରରେ ଜମାକାରୀ ଓ ଏଜେଣ୍ଟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । 

ଜଣାଯାଇଛି ଯେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ତଥା ଚିଟଫଣ୍ଡ କମ୍ପାନୀ 'ଡାଟମ୍‌' ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତି ବ୍ରଜମୋହନ ପଟ୍ଟନାୟକ ଏବଂ ପତ୍ନୀ ତ୍ରିଧାରା ମହାନ୍ତି ପୁଣି ଗିରଫ ହୋଇଛନ୍ତି । ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଚିଟଫଣ୍ଡ୍ କୋର୍ଟରେ ମାମଲାର ବିଚାର ପାଇଁ ଦମ୍ପତିଙ୍କୁ ହାଜର କରାଯାଇଥିଲା । ମାତ୍ର ଅନ୍ୟ ଏକ ମାମଲାରେ ଗୋଳନ୍ଥରା ଥାନା ପୋଲିସ କୋର୍ଟ ପରିସରରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ଗିରଫ କରି ନେଇଯାଇଥିବା ଦେଖିବାକୁ ମିଳିଛି । 

ସୂଚନା ଅନୁଯାୟୀ ଆସନ୍ତା ଫେବୃୟାରୀ ୬ରେ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କ ଜାମିନ ଖାରଜ ସମ୍ପର୍କରେ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି । ଗତ ନଭେମ୍ବର ୬ ତାରିଖରେ ଭୁବନେଶ୍ବରରୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ ଏହି ଦମ୍ପତି । ହେଲେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ କରାନଯିବା ଯୋଗୁଁ ଜାମିନ ବଳରେ ଗତ ଜାନୁଆରୀ ୨୧ ତାରିଖରେ ଜେଲରୁ ବାହାରିଥିଲେ । ତେବେ ଅନ୍ୟ ଏକ ଠକେଇ ମାମଲାରେ ପୁଣି ଉଭୟ ପତି ଓ ପତ୍ନୀଙ୍କୁ ପୋଲିସ ଗିରଫ କରିଥିବା କୁହାଯାଇଛି । ଏହି ସମୟରେ କୋର୍ଟ ପରିସରରେ ଜମାକାରୀଙ୍କ ପ୍ରବଳ ଭିଡ ଲାଗିରହିଥିବା ବେଳେ ପୋଲିସ ଉଭୟଙ୍କୁ ଗିରଫ କରିବା ସମୟରେ କିଛି ସମୟ ପାଇଁ ଜମାକାରୀ ଏବଂ କେତେକ ଏଜେଣ୍ଟ ଟଙ୍କା ଫେରାଇବା ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

ଯାହାକୁ ନେଇ କୋର୍ଟ ପରିସରରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ପୋଲିସ କଡା ସୁରକ୍ଷା ମଧ୍ୟରେ ନେଉଥିବା ବେଳେ କିଛି ଜମାକାରୀ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କ ସହ ଧସ୍ତାଧସ୍ତି କରିଥିଲେ । ଜମାକାରୀଙ୍କ ଆକ୍ରୋଶରୁ ପୋଲିସ ବ୍ରଜମୋହନ ଏବଂ ତ୍ରିଧାରାଙ୍କୁ ସୁରକ୍ଷା ଦେଇ ପୋଲିସ ଗାଡିରେ ଥାନାକୁ ନେଇଯାଇଥିଲେ ।

ସୂଚନାଯୋଗ୍ୟ ଯେ  'ଡାଟମ୍‌' କମ୍ପାନୀ ଅଧିକ ସୁଧରେ ଲୋକଙ୍କୁ ଟଙ୍କା ଦେବା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗତ କିଛି ମାସ ତଳେ ଜମାକାରୀ ଟଙ୍କା ଫେରି ପାଇବା ଆଶାରେ କମ୍ପାନୀର କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ନେଇ ପୋଲିସ ମାମଲା ରୁଜୁ କରି କମ୍ପାନୀର କିଛି ଅଧିକାରୀଙ୍କୁ ପୂର୍ବରୁ ଗିରଫ କରିଥିଲା । ଏହି କମ୍ପାନୀ ପ୍ରାୟ ୫/୭କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.