ETV Bharat / sitara

‘ସୁପର-30’ରୁ ପ୍ରେରିତ ମହାରାଷ୍ଟ୍ରର ସୁପର-30 ଯୋଜନା - ହ୍ରିତିକ ରୋଶନ

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ ନୂଆ ଯୋଜନା । ସୁପର-30ରୁ ପ୍ରେରିତ ହୋଇ ସୁପର-30 ଯୋଜନା ଅନୁସାରେ ଆଇଆଇଟି, ନିଟ ଆଦି ପାଇଁ ମିଳିବ ସରକାରୀ କୋଚିଙ୍ଗ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 5, 2019, 10:51 PM IST

ହାଇଦ୍ରାବାଦ: ମହାରାଷ୍ଟ୍ରର ଆଦିବାସୀ ଛାତ୍ରଛାତ୍ରୀଙ୍କ ଏକ ସୁପର-30 ଦଳ ଚୟନ କରାଯାଇଛି । ଯୁକ୍ତ ଦୁଇ ପରୀକ୍ଷା ପାସ କରିସାରିଥିବା ଛାତ୍ର ଯେଉଁମାନେ ମେଡିକାଲ ଓ ଇଞ୍ଜିନିୟରିଂ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ନେଇ ଏକ ସୁପର-30 ଦଳ ଚୟନ କରାଯାଇଛି ।

ସରକାରଙ୍କ ସହାୟତାରେ ଏମାନଙ୍କୁ ଆଇଆଇଟି, ନିଟ୍, ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ କୋଚିଙ୍ଗ ଦିଆଯିବ । କିନ୍ତୁ ଆଦିବାସୀ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଏହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଯୋଜନା ଫିଲ୍ମ ସୁପର-30ରୁ ପ୍ରେରିତ ହୋଇଛି । ଫିଲ୍ମରେ ଶିକ୍ଷାବିତ ଆନନ୍ଦ କୁମାରଙ୍କ ଚରିତ୍ରରେ ହ୍ରିତିକ ରୋଶନଙ୍କୁ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ର, ଦିଲ୍ଲୀ ଭଳି 8ଟି ରାଜ୍ୟରେ ଟ୍ୟାକ୍ସ ଫ୍ରି କରି ଫିଲ୍ମକୁ ରିଲିଜ କରାଯାଇଥିଲା । ବକ୍ସ ଅଫିସରେ ଫିଲ୍ମଟି ପ୍ରାୟ 134କୋଟି ରୋଜଗାର କରିଥିଲା । ଏଥିରେ ହ୍ରିତିକଙ୍କ ସହ ମୃଣାଳ ଠାକୁରଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.