ETV Bharat / sitara

ଭେଣ୍ଟିଲେଟରରେ ଫେମସ ସିଙ୍ଗର ବାଲସୁବ୍ରମଣ୍ୟମ, ଅବସ୍ଥା ସଙ୍କଟାପନ୍ନ - କୋଭିଡ୍ 19

କୋରୋନା ସହ ଲଢୁଛନ୍ତି ଫେମସ ସିଙ୍ଗର ବାଲ ସୁବ୍ରମଣ୍ୟମ । ତେବେ ଅବସ୍ଥାରେ ସୁଧାର ଆସୁନଥିବା ବେଳେ ଭେଣ୍ଟିଲେଟରରେ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି।

ଫେମସ ସିଙ୍ଗର ବାଲସୁବ୍ରମଣ୍ୟମ ହସ୍ପିଟାଲରେ ଭର୍ତ୍ତି, ଅବସ୍ଥା ସଙ୍କଟାପନ୍ନ

author img

By

Published : Aug 21, 2020, 11:35 AM IST

ମୁମ୍ବାଇ: କୋରୋନା ସହ ଲଢୁଛନ୍ତି ଫେମସ ସିଙ୍ଗର ବାଲ ସୁବ୍ରମଣ୍ୟମ । ତେବେ ଅବସ୍ଥାରେ ସୁଧାର ଆସୁନଥିବା ବେଳେ ଭେଣ୍ଟିଲେଟରରେ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ସେଲିବ୍ରିଟିଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ପ୍ଲେ ବ୍ୟାକ୍ ସିଙ୍ଗର ବାଲସୁବ୍ରମଣ୍ୟମ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏମଜିଏମ ହେଲଥ୍ କେୟାର ୟୁନିଟରେ ବାଲ ସୁବ୍ରମଣ୍ୟମ ଚିକିତ୍ସିତ ହେଉଛନ୍ତି। ମେଡିକାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭେଣ୍ଟିଲେଟର ଏବଂ ଇସିଏମଓରେ ତାଙ୍କୁ ରଖାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ମେଡିକାଲ କତ୍ତୃପକ୍ଷ କହିଛନ୍ତି। ଗାୟକଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଟିମଙ୍କ ତୀକ୍ଷ୍ଣ ନଜର ରହିଥିବା ଡାକ୍ତରଖାନାର ସହକାରୀ ନିର୍ଦ୍ଦେଶକ ଡଃ ଅନୁରାଧା ବାସକରଣ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ହ୍ୟାସଟ୍ୟାଗ ସହିତ "# GetWellSoonSPBSIR" ଏବଂ "#SPBalasubrahmanyam" ଟ୍ରେଣ୍ଡ କରୁଛି। ଫ୍ୟାନ୍ସ ମାନେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳୁଛି। ସୁବ୍ରମଣ୍ୟମଙ୍କ ଦୀର୍ଘ ଦିନର ବନ୍ଧୁ ଭାରତୀରାଜ ବୁଧବାର ଦିନ ରାତି 6 ଟାରେ ଏକ ମିନିଟର ନୀରବ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ରଜନୀକାନ୍ତଙ୍କ ସମେତ ଅନେକ ଲୋକ ଏଥିରେ ସାମିଲ ହୋଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.