ଚେନ୍ନାଇ: ନିକଟରେ ତାମିଲ ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି । ସେ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ସିମାନ ଓ ହରି ନାଦାରଙ୍କ ସମର୍ଥକ ବା ଅନୁଗାମୀଙ୍କ ଦ୍ବାରା ନିର୍ଯ୍ୟାତିତ ପାଇବା ପରେ ଆତ୍ମହତ୍ୟା କରୁଥିବା କହିଥିଲେ।ଏବେ ସେ ହସ୍ପିଟାଲରୁ ଆଉ ଏକ ଭିଡିଓ ଜାରି କରି ଚର୍ଚ୍ଚାରେ ।
ବିଜୟ ଲକ୍ଷ୍ମୀ ଭିଡିଓରେ ଏହା କହୁଥିବାର ନଜର ଆସୁଛନ୍ତି, ‘ମୁଁ ବର୍ତ୍ତମାନ ସୁସ୍ଥ ଅଛି । ମୁଁ ଆଜି ବଞ୍ଚିଯାଇଛି ଆପଣଙ୍କ ପ୍ରେମ ପାଇଁ। ମୁଁ ବହୁତ ଗମ୍ଭୀର ଥିଲି, ମୁଁ ମରିବାକୁ ଚାହୁଁଥିଲି । ମୁଁ ମୋର ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଦୟା କରି ଏବେ କହିବା ବନ୍ଦ କରନ୍ତୁ ଯେ ମୁଁ ଏକ ବିଶେଷ ପାର୍ଟି ମୋହରା ବୋଲି । ଯାହା ବହୁତ ଖରାପ କଥା । ମଣିଷ ହେବାକୁ ଚେଷ୍ଟା କରନ୍ତୁ । କିଛି ମଧ୍ୟ ନାଟକ ନଥିଲା । ମତେ ଖାଇବାକୁ ଦିଆଯାଇନଥିଲା । ମୁଁ ବାନ୍ତି କରୁଥିଲି । ମୋ ବିପି ମଧ୍ୟ ପରିବର୍ତ୍ତନ ହୋଇଥିଲା । ମୁଁ କାହା କହିବାରେ ଏମିତି କରିନାହିଁ । ମୁଁ ପ୍ରକୃତରେ ବିରକ୍ତ ହୋଇଯାଇଥିଲି । ସିମାନ ଓ ହରି ନାଦାରଙ୍କ ସମର୍ଥକ ବା ଅନୁଗାମୀ ମଣିଷ ନୁହେଁ ପଶୁ । ଯେଉଁମାନେ ଦୁର୍ବ୍ୟବହାର କରିବା ସହ ମତେ ଗାଳିଗୁଲଜ ମଧ୍ୟ ଦେଇଥିଲେ । ’
ପ୍ରକାଶ ଥାଉକି ବିଜୟ ଲକ୍ଷ୍ମୀ ରବିବାର ଦିନ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ବଟିକା ଖାଇଥିବାର ଦାବି କରିଥିଲେ ଯାହା ଦ୍ବାରା ରକ୍ତଚାପ ହ୍ରାସ ପାଇବ ଓ ତାଙ୍କର ମୃତ୍ୟୁ ହୋଇଥାଆନ୍ତା। ଏପରିକି ତାଙ୍କୁ ଅନଲାଇନରେ ନିର୍ଯ୍ୟାତନା ଦେଇଥିବାରୁ ଦୁଇ ନେତାଙ୍କୁ ଗିରଫ କରାଯିବାକୁ ସେ ଦାବି କରିଥିଲେ।
ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ