ହାଇଦ୍ରାବାଦ: ପ୍ରଥମ ଦିନରେ କାନ୍ସରେ ଡେବ୍ୟୁ କରିଥିଲେ ହଲିଉଡ ଅଭିନେତ୍ରୀ ତଥା ସିଙ୍ଗର ସେଲେନା ଗୋମେଜ । ଫିଲ୍ମ ‘ଦି ଡେଡ ଡୋଣ୍ଟ ଡାଏ’ର ସ୍କ୍ରିନିଂ ସମୟରେ ନଜର ଆସିଥିଲେ ସେଲେନା । ତେବେ ଏହି ସମୟରେ ସେଲେନା ଇନଷ୍ଟାଗ୍ରାମରେ ଏକ ଷ୍ଟେଟମେଣ୍ଟ ଦେଇଥିଲେ ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଡିଜନି ହିରୋଇନ 68 ବର୍ଷିୟ ବିଲ ମୁରେଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।
ତେବେ କାନ୍ସର କିଛି ଫଟୋ ପୋଷ୍ଟ କରିବା ସହ 68 ବର୍ଷିୟ ଅଭିନେତା ବିଲ ମୁରେଙ୍କୁ ବିବାହ କରିବେ ବୋଲି କହିଥିଲେ ସେଲେନା । ପରେ ଜଣା ପଡିଥିଲା କି ଏହା ଏକ ବ୍ୟଙ୍ଗ । ଏପିରିକି ଫେଷ୍ଟରେ ମୁରେଙ୍କ କାନରେ ସେଲେନା କିଛି କହୁଥିବାର ଏକ ଫଟୋ ଦେଖିବାକୁ ମିଳିଥିଲା ।
ତେବେ ଏନେଇ ମୁରେ କହିଥିଲେ, ସେ ସେଲେନାଙ୍କୁ ଖୁବ ପସନ୍ଦ କରନ୍ତି । ସେ ଏବେର ପପ୍ ଆଇକନ ବୋଲି କହିଥିଲେ ମୁରେ । ‘ଦି ଡେଡ ଡୋଣ୍ଟ ଡାଏ’ ର ସ୍କ୍ରିନିଂ ସମୟରେ ସେଲେନା ସୋସିଆଲମିଡିଆ ୟୁଥ ମାନଙ୍କ ପାଇଁ କ୍ଷତିକାରକ ବୋଲି କହିଥିଲେ ।