ସୁବର୍ଣ୍ଣପୁରରୁ: ସମ୍ବଲପୁରୀ ଭାଷାର ପ୍ରଥମ ଟ୍ରାଇଲୋଜିର ଶେଷ ଚଳଚ୍ଚିତ୍ର ‘ଶଳା ବୁଢ଼ାର ବଦଲା’ ସୁବର୍ଣ୍ଣପୁର ସହରରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ସହରର ସମଲେଇ ଟକିଜରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ଦର୍ଶକଙ୍କ ଭିଡ଼ ଜମିଛି । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରଟି ସୁଟିଂ କରିଥିବାବେଳେ ସହରର କଳାକାରଙ୍କୁ ନେଇ ଏହା ନିର୍ମାଣ କରିଛନ୍ତି।
ଜିଲ୍ଲାର ମାଟି, ପାଣି ପବନରେ ସଂସ୍କୃତି ଓ ପରମ୍ପରାକୁ ପର୍ଯ୍ୟବେଶିତ କରିଥିବାରୁ ଦର୍ଶକଙ୍କ ଭିତରେ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ