ETV Bharat / sitara

ଟାଇଗରଙ୍କୁ କ୍ରିଟିକ୍ସ ଡର

ସଲମାନଙ୍କ ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି କ୍ରିଟିକ୍ସ ମୋ ଫିଲ୍ମକୁ ପ୍ରଶଂସା କଲେ ମୁଁ ଡରି ଯାଇଥାଏ ।

author img

By

Published : Jun 28, 2019, 2:38 PM IST

ଫାଇଲ ଫଟୋ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍ ସଲମାନ୍ ଖାନ୍ । ଭାଇଜାନ ଫ୍ୟାନ୍ସଙ୍କ ତାଲିକାରେ ସବୁବେଳେ ଊର୍ଦ୍ଧ୍ବରେ ରହିଥାଆନ୍ତି । ନିକଟରେ ରିଲିଜ ହୋଇଛି ସଲମାନଙ୍କ ଫିଲ୍ମ ଭାରତ । ଯାହା ଏବେ 2 ଶହ କୋଟିର ବ୍ୟବସାୟ କରିସାରିଛି । ଫିଲ୍ମକୁ ଦର୍ଶକଙ୍କ ସହିତ କ୍ରିଟିକ୍ସ ମଧ୍ୟ ଖୁବ୍ ଭଲ ରେସପନ୍ସ ଦେଇଛନ୍ତି । ଆଉ ଏହା ମଧ୍ୟରେ ସଲମାନଙ୍କ ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି କ୍ରିଟିକ୍ସ ମୋ ଫିଲ୍ମକୁ ତାରିଫ କଲେ ମୁଁ ଡରି ଯାଇଥାଏ ।

ନିକଟରେ ଏକ ଇଣ୍ଟରଭ୍ୟୁରେ ସଲମାନ କହିଥିଲେ, ଯେବେ କେହି କ୍ରିଟିକ୍ସ ମୋ ଫିଲ୍ମକୁ ପ୍ରଶଂସା କରିଥାଆନ୍ତି ତାହାକୁ ମୁଁ ସହଜରେ ଗ୍ରହଣ କରିପାରେ ନାହିଁ । ମୁଁ ଡରିଯାଏ ସେମାନେ ଫିଲ୍ମକୁ ଏତେ ଷ୍ଟାର କାହିଁକି ଦିଅନ୍ତି । ଏହାର କାରଣ ସ୍ପଷ୍ଟ କରି ସେ କହିଛନ୍ତି, ଅନେକ ସମୟରେ ଦର୍ଶକଙ୍କ ବିଚାର କ୍ରିଟିକ୍ସଙ୍କ ବିଚାର ସହ ମେଳ ଖାଇନଥାଏ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଯେବେ ବକ୍ସ ଅଫିସରେ ମୋ ଫିଲ୍ମ ଚାଲେନାହିଁ ତେବେ ମୁଁ ଏହା ସମ୍ପର୍କରେ ଅବଗତ ଥାଏ । ମାତ୍ର ମୁଁ ଫିଲ୍ମ ଏଥିପାଇଁ କରିଥାଏ କାରଣ ମୋତେ ତାଙ୍କ ସମାଲୋଚନା ପସନ୍ଦ ଆସିଥାଏ । ମୁଁ ଚାହେଁ ଲୋକେ ଥିଏଟରକୁ ଆସନ୍ତୁ ନିଜ ଦୁଃଖକୁ ଭୁଲିବା ସହ ମୋ ଫିଲ୍ମକୁ ଉପଭୋଗ କରନ୍ତୁ ।

ଫିଲ୍ମରେ ଇମୋସନାଲ ସିନ୍‌କୁ ନେଇ ସଲମାନ କହିଥିଲେ, ମୁଁ ଯେବେ କୌଣସି ଇମୋସନାଲ ସିନ୍‌ କରେ ସେ ସମୟରେ ମୁଁ ଲେଖକ ଏବଂ ନିର୍ଦ୍ଦେଶକଙ୍କ ସହ ବସି ସେହି ସିନ୍‌କୁ ଅନୁଭବ କରିଥାଏ । ଆଉ ଯେ ପର୍ଯ୍ୟନ୍ତ ମୁଁ ତାହାକୁ ଅନୁଭବ ନକରିପାରେ ତାହା ମୁଁ କରିନଥାଏ । ଆଉ ଏହା ଏକ ଅଭିଜ୍ଞ ଅଭିନେତାର ଗୁଣ ହୋଇଥାଏ ।

ଏଠାରେ ସୂଚନାଯୋଗ୍ୟ, ସଲମାନ ଏବେ ନିଜର ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ 3ର ସୁଂଟିରେ ବ୍ୟସ୍ତ ଅଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.