ଚେନ୍ନାଇ: ଆସନ୍ତା ଜୁନ 20 ତାରିଖରେ ସୁପରଷ୍ଟାର ରଜନୀକାନ୍ତ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଆମେରିକା ଗସ୍ତ କରିବେ । ସେ ପରିବାର ସଦସ୍ୟଙ୍କ ସହିତ ଆମେରିକା ଗସ୍ତ କରିବେ ବୋଲି ସୂଚନା ମିଳିଛି ।
କୋରୋନା ମହାମାରୀ ସମୟରେ ଦେଶ ବାହାରକୁ ଯିବା ପାଇଁ କେନ୍ଦ୍ର ସରକାରଙ୍କୁ ରଜନୀକାନ୍ତ ଅନୁମତି ମାଗିଥିଲେ । କେନ୍ଦ୍ର ସରକାର ରଜନୀକାନ୍ତଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ଦେଇଥିବା ଜଣାପଡିଛି । ରଜନୀକାନ୍ତଙ୍କ ଜ୍ବାଇଁ ତଥା ଅଭିନେତା ଧନୁଷ ଆମେରିକାରେ ନିଜ ପତ୍ନୀ ଓ ସନ୍ତାନଙ୍କ ସହିତ ରହିଥିବା ବେଳେ ସେଠାରେ ଆଗକୁ ଏକ ପରିବାର ମିଳନ ବା ଫ୍ୟାମିଲ ଗେଟ-ଟୁଗେଦର ହେବାକୁ ଯାଉଛି ।
ରଜନୀକାନ୍ତ ବର୍ତ୍ତମାନ 'Annaatthe' ଫିଲ୍ମରେ ଅଭିନୟ କରିଛନ୍ତି । ଲକଡାଉନ ପୂର୍ବରୁ ଏହି ଫିଲ୍ମର ସୁଟିଂକୁ ଶେଷ କରାଯାଇଛି । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଓ ଶେଷ ସୁଟିଂଙ୍କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ରଜନୀକାନ୍ତ ଆମେରିକାରୁ ଫେରିବା ପରେ ଚଳଚ୍ଚିତ୍ରର ପୁଣି ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ