ETV Bharat / sitara

ରିଲିଜ ହେଲା ଦିବଂଗତ ଅଭିନେତା ପୁନୀତଙ୍କ ଶେଷ ଫିଲ୍ମ

author img

By

Published : Mar 17, 2022, 9:16 PM IST

କନ୍ନଡ ଅଭିନେତା ସ୍ବର୍ଗତ ପୁନୀତ ରାଜକୁମାରଙ୍କ ଶେଷ ଚଳଚ୍ଚିତ୍ର ଜେମ୍ସ ରିଲିଜ । ପ୍ରଥମ କରି ଅଷ୍ଟ୍ରେଲିଆରେ ରିଲିଜ ହେଲା କନ୍ନଡ ସିନେମା । ଅଧିକ ପଢନ୍ତୁ

ରିଲିଜ ହେଲା ଦିବଂଗତ ଅଭିନେତା ପୁନୀତଙ୍କ ଶେଷ ଫିଲ୍ମ
ରିଲିଜ ହେଲା ଦିବଂଗତ ଅଭିନେତା ପୁନୀତଙ୍କ ଶେଷ ଫିଲ୍ମ

ବେଙ୍ଗାଲୁରୁ: ରିଲିଜ ହେଲା ଦିବଂଗତ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷ ଚଳଚ୍ଚିତ୍ର ଜେମ୍ସ । ପୁନିତଙ୍କ ୪୭ତମ ଜୟନ୍ତୀ ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିଛି । ଆଜି (ଗୁରୁବାର) ସକାଳ 5 ଟାରେ 400 ସ୍କ୍ରିନରେ ମୁକ୍ତିଲାଭ କରିଛି ଜେମ୍ସ । ଫିଲ୍ମଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଥିଏଟରରେ ପ୍ରଦର୍ଶିତ ହେବ । ହିନ୍ଦୀ, କନ୍ନଡ, ମାଲାୟାଲମ୍, ତାମିଲ ଏବଂ ତେଲୁଗୁ ସମେତ ପାଞ୍ଚଟି ଭାଷାରେ ମୁକ୍ତିଲାଭ ହୋଇଛି । ସ୍ୱର୍ଗତ ପୁନୀତ ରାଜକୁମାରଙ୍କ ଜେମ୍ସ ଚଳଚ୍ଚିତ୍ରର ଟିଜର ଜାନୁଆରୀ 26 ରେ ସମସ୍ତ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିଥିଲା ।

ଜେମ୍ସ ଏକ ଆକ୍ସନ ମୁଭି । ଚେତନ କୁମାର ଏହାର ନିର୍ଦ୍ଦେଶେନା ଦେଇ ଥିବାବେଳେ କିଶୋର ପାଥିକୋଣ୍ଡା ପ୍ରଯୋଜନା କରିଛନ୍ତି । ଫିଲ୍ମରେ ପୁନୀତଙ୍କୁ ଏକ ସୁରକ୍ଷା କମ୍ପାନୀରେ ମ୍ୟାନେଜର ଭାବରେ ନଜର ଆସିଛନ୍ତି । ପ୍ରିୟା ଆନନ୍ଦ ତାଙ୍କ ବିପକ୍ଷରେ ସ୍କ୍ରିନ୍ ସେୟାର କରିଛନ୍ତି । ସେହିପରି ଅବିନାଶ, ସରଥ କୁମାର, ଶ୍ରୀକାନ୍ତ ଆଦିତ୍ୟ ମେନୋନ୍, ସାଧୁ କୋକିଲା ଏବଂ ଅନୁ ପ୍ରଭାକରଙ୍କ ପ୍ରମୁଖ ଅଭିନୟ କରିଛନ୍ତି ।

ଚଳଚ୍ଚିତ୍ର ଜେମ୍ସ ହେଉଛି ପ୍ରଥମ କନ୍ନଡ ଚଳଚ୍ଚିତ୍ର, ଯାହା ଅଷ୍ଟ୍ରେଲିଆର 100 ରୁ ଅଧିକ ସ୍କ୍ରିନରେ ମୁକ୍ତିଲାଭ କରିଛି । ୟୁକ୍ରେନ ଏବଂ ଋଷ ବ୍ୟତୀତ ସମସ୍ତ ୟୁରୋପୀୟନ ଦେଶରେ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟି ଆମେରିକାର 32 ରାଜ୍ୟ ଏବଂ କାନାଡାର 12 ଟି ସ୍ଥାନରେ ପ୍ରଦର୍ଶିତ ହୋଇଛି ।

ନାଇଜେରିଆ, କେନିଆ, ଜାପାନ, ଉଗାଣ୍ଡା ଏବଂ ତାଞ୍ଜାନିଆ ଭଳି ଦେଶରେ ମଧ୍ୟ ମୁକ୍ତିଲାଭ କରିବ। ସୂଚନା ଅନୁଯାୟୀ ୨୦୨୧ ରେ ହୃଦଘାତରେ ଏହି କନ୍ନଡ ସୁପରଷ୍ଟାରଙ୍କର ବିୟୋଗ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.