ETV Bharat / sitara

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କନ୍ନଡ ରାଜକୁମାରଙ୍କୁ ଅନ୍ତିମ ବିଦାୟ

author img

By

Published : Oct 31, 2021, 10:59 AM IST

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାନ୍ତିରବା ଷ୍ଟାଡିୟମରେ ଅଭିନେତା ପୁନିତ ରାଜକୁମାରଙ୍କୁ ଦିଆଗଲା ସମାଧି । ଅଧିକ ପଢନ୍ତୁ...

ଆଜି ସମାଧି ନେଲେ ପାୱାର ଷ୍ଟାର
ଆଜି ସମାଧି ନେଲେ ପାୱାର ଷ୍ଟାର

ବେଙ୍ଗାଲୁରୁ: ବିଦାୟ ନେଲେ ପାୱାର ଷ୍ଟାର । ଆଜି(ରବିବାର) ସକାଳେ ଅଭିନେତା ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁନିତଙ୍କୁ ବେଙ୍ଗାଲୁରୁ ସ୍ଥିତ କାନ୍ତିରବା ଷ୍ଟାଡିୟମରେ ସମାଧି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଉଥର ଲୋକପ୍ରିୟ ଅଭିନେତା ଷ୍ଟାଡିୟମରେ ଉପସ୍ଥିତ ରହି ପୁନିତଙ୍କ ଅଶ୍ରୁଳ ବିଦାୟ ଦେଇଛନ୍ତି ।

ଆଜି ସମାଧି ନେଲେ ପାୱାର ଷ୍ଟାର

ଦୁଇ ଦିନ ହେଲା ସାଧାରଣ ଲୋକଙ୍କ ଦର୍ଶନ ପାଇଁ କାନ୍ତିରବା ଷ୍ଟାଡିୟମରେ ପୁନିତଙ୍କ ମରଶରୀର ରଖାଯାଇଥିଲା । ପ୍ରାୟ ୧୦ ଲକ୍ଷରୁ ଅଧିର ଲୋକେ ପୁନିତଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି ସକାଳୁ ତାଙ୍କ ପିତାମାତାଙ୍କ ସମାଧି ପାଖରେ ତାଙ୍କୁ ସମାଧି ଦିଆଯାଇଛି । ନିଜ ଅଭିନୟ ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ପୁନିତଙ୍କ ସମ୍ମାନ ଜଣାଇବାକୁ ଯାଇ ରାଜ୍ୟ ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ ବଡ ଅଭିନେତା ଷ୍ଟାଡିୟମରେ ଉପସ୍ଥିତ ରହି ପାୱାରଷ୍ଟାରଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ଏହି ସମୟରେ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି । ଭିଡକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୨୯ ତାରିଖ ଦିନ ହୃଦଘାତରେ ପୁନିତଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.