ଭୁବନେଶ୍ବର: ଚର୍ଚ୍ଚିତ ଓଡିଆ ମ୍ୟୁଜିକ ଭିଡିଓ ‘ପିଶାଚ’ର ଲୋକାର୍ପଣ ହୋଇଯାଇଛି। ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଏହି ମ୍ୟୁଜିକ ଭିଡିଓରେ ଗୀତ ଗାଇଥିବା ବେଳେ ନାୟକ ଭୂମିକାରେ ସୌମ୍ୟ ରଞ୍ଜନ ନଜର ଆସୁଛନ୍ତି । ସେହିପରି ତାଙ୍କ ନାୟିକା ସାଜିଛନ୍ତି ଶୁଭଶ୍ରୀ । ଏସ ଆର ବର୍ଷାରାଣୀ ଆଣ୍ଡ କେ ପଟ୍ଟନାୟକ ପ୍ରଯୋଜନାରେରେ ଭିଡିଓଟି ନିର୍ମିତ ହୋଇଛି ।
ପ୍ରେମରେ ଧୋକା କାହାଣୀକୁ ନେଇ ଆଧାରିତ ‘ପିଶାଚ’। ଯେଉଁଥିରେ ରୋନି ଖଳନାୟଜ ଚରିତାରେ ଅଭିନୟ କରିଥିବା ବେଳେ ପ୍ରେମରେ ଧୋକା ପାଇବା ପରେ ହିରୋରେ ମୃତ୍ୟୁ ହେଇଯାଉଛି । ଆଉ ପ୍ରତିଶୋଧ ନେବାକୁ ଭୂତ ହୋଇ ଫେରୁଛି ହିରୋ । ଏପରି କାହାଣୀର ଝଲକ ଏହି ଗୀତରେ ଦେଖିବାକୁ ମିଳୁଛି । ସେପଟେ ଦର୍ଶକଙ୍କୁ ଗୀତଟି ବେଶ ଭଲ ଲାଗିବ ବୋଲି କହିଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ ସ୍ବାଗତ ପାତ୍ର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ