ETV Bharat / sitara

ସମସ୍ୟା ଘେରରେ ‘ବକିଲ ସାବ’ ନିର୍ମାତା, ଅଭିଯୋଗ ଆଣିଲେ ଶିଳ୍ପପତି - ବକିଲ ସାବ ନିର୍ମାତାଙ୍କ ବିରୋଧରେ ଅଭିଯୋଗ

ବକ୍ସ ଅଫିସରେ ବର୍ତ୍ତମାନ ଭଲ ଆୟ କରୁଥିବା ଫିଲ୍ମ ‘ବକିଲ ସାବ’ରେ ଭୁଲ ନମ୍ବର ପର୍ଯ୍ୟବେଶିତ କରି ହଟହଟା ନିର୍ମାତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୱନ କଲ୍ୟାଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୱନ କଲ୍ୟାଣ
author img

By

Published : May 7, 2021, 8:49 AM IST

ହାଇଦ୍ରାବାଦ: ଏପ୍ରିଲ 9 ତାରିଖରେ ରିଲିଜ ହୋଇଥିବା ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବକିଲ ସାବ’କୁ ନେଇ ଚର୍ଚ୍ଚା । ଏଯାବତ ବକ୍ସ ଅଫିସରେ କରୁଛି ଧମାଲ । ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ଅଭିନେତା ବିଜୟ ସେତୁପାତିଙ୍କ ଅଭିନୀତ ‘ମାଷ୍ଟର’ର ରେକର୍ଡ ଭାଙ୍ଗି ଲକଡାଉନ ପରଠାରୁ ଏହା ସବୁଠୁ ବଡ ଓପନିଂ ଫିଲ୍ମ ହୋଇପାରିଛି। ଇତିମଧ୍ୟରେ ନିର୍ମାତାଙ୍କୁ ମିଳିଛି ବଡ ଝଟକା । କାରଣ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଜଣେ ଶିଳ୍ପପତି ଅଭିଯୋଗ ଆଣିଛନ୍ତି।

ମାମଲାଟି ହେଉଛି ହାଇଦ୍ରାବାଦର ଜଣେ ବ୍ୟବସାୟୀ ଅମରପ୍ରୀତଙ୍କର । ଯିଏ ଫିଲ୍ମ ‘ବକିଲ ସାବ’ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ସେ କହିଛନ୍ତି ଯେ ଫିଲ୍ମରେ ତାଙ୍କ ଫୋନ ନମ୍ବର ଉପସ୍ଥାପନ କରାଯାଇଛି, ଫିଲ୍ମ ଦେଖିବା ପରଠୁ ଅନେକ ଲୋକ ତାଙ୍କୁ ଲଗାତାର ଫୋନ୍ କଲ ଏବଂ ମେସେଜ୍ କରୁଛନ୍ତି।

ସେହିପରି ସେ ଆହୁରି କହିଛନ୍ତି ଯେ ଏହିପରି ତାଙ୍କର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ଏବଂ ତାଙ୍କୁ ଅନେକ ମାନସିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡୁଛି । ତାଙ୍କ ନମ୍ବର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ତାଙ୍କୁ ସବୁ ସ୍ଥାନରୁ ଡାକୁଛନ୍ତି।

ପ୍ରକାଶ ଥାଉକି ଫିଲ୍ମରେ ଏକ ସିନରେ ଭିଲେନ ଜଣେ ଝିଅଙ୍କ ଫଟୋ ସହ ଏକ ନମ୍ବର ଦେଖାଉଛନ୍ତି । ଏହି ନମ୍ବର ବ୍ୟବସାୟୀ ଅମରପ୍ରୀତଙ୍କର । ବ୍ୟକ୍ତିଙ୍କ ବିନା ଅନୁମତିରେ ତାଙ୍କ ନମ୍ବର ଫିଲ୍ମରେ ବ୍ୟବହାର କରିଥିବାରୁ ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହିତ ପୋଲିସ ଅଧିକାରୀ ମଧ୍ୟ ନିର୍ମାତାଙ୍କୁ ପଚରାଉଚରା ଆରମ୍ଭ କରିଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.