ମୁମ୍ବାଇ: ପଞ୍ଜାବୀ ପପ୍ ଗାୟକ ଜ୍ୟାଜି ବିଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ତାଙ୍କ ଟ୍ବିଟର ଆକାଉଣ୍ଟକୁ ବ୍ଲକ କଲା ଟ୍ବିଟର ଇଣ୍ଡିଆ। କୁହାଯାଇଛି ଯେ ଭାରତରେ ଟ୍ବିଟର ଅବରୋଧ କରିଥିବା ଚାରିଟି ଟ୍ବିଟର ଆକାଉଣ୍ଟ ମଧ୍ୟରେ ଜ୍ୟାଜି ବିଙ୍କ ଆକାଉଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଏହାର ସୂଚନା ଟ୍ବିଟର ମୁଖପାତ୍ର ଦେଇ କହିଛନ୍ତି ଯେ ଏକ ଆଇନଗତ ଅନୁରୋଧ ପାଇବା ପରେ ଏହାକୁ ଟ୍ବିଟର ଏବଂ ସ୍ଥାନୀୟ ଆଇନ ଢାଞ୍ଚାରେ ସମୀକ୍ଷା କରାଯାଇଥିଲା।
ଉପଭୋକ୍ତାମାନେ ଚାହିଁଲେ ଏକ ଅଣ-ଭାରତୀୟ IP ଠିକଣାରୁ ଜ୍ୟାଜି ବି ଆକାଉଣ୍ଟକୁ ପ୍ରବେଶ କରିପାରିବେ | ଅର୍ଥାତ୍ ତାଙ୍କ ଆକାଉଣ୍ଟକୁ କେବଳ ଭାରତରେ ବ୍ୟବହାର କରାଯାଇପାରିବ ନାହିଁ।
ପ୍ରକାଶ ଥାଉକି ବର୍ତ୍ତମାନ ନୂତନ ନିୟମ ଗ୍ରହଣ କରିବାରେ ବିଳମ୍ବ ହେତୁ ଟ୍ବିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାରତ ସରକାରଙ୍କ ଅନୁରୋଧ କ୍ରମେ ଟ୍ବିଟର ଏହି ଚାରୋଟି ଆକାଉଣ୍ଟକୁ ଅବରୋଧ କରିଛି, ଯେଉଁଥିରେ ଜାଜି ବି ଅନ୍ତର୍ଭୁକ୍ତ ଅଛନ୍ତି ।