ETV Bharat / sitara

ଜନ୍ମାଷ୍ଟମୀରେ ଆସିଲା ପ୍ରଭାସଙ୍କ ରୋମାଣ୍ଟିକ ଫିଲ୍ମ ‘ରାଧେଶ୍ୟାମ'ର ପୋଷ୍ଟର

ପବିତ୍ର ଜନ୍ମାଷ୍ଟମୀ ଅବସରରେ ରିଲିଜ ହୋଇଛି ପ୍ରଭାସଙ୍କ ଫିଲ୍ମ 'ରାଧେଶ୍ୟାମ'ର ପୋଷ୍ଟର । ଅଧିକ ପଢନ୍ତୁ...

author img

By

Published : Aug 30, 2021, 7:36 PM IST

ଜନ୍ମାଷ୍ଟମୀରେ  'Radhe Shyam' ପୋଷ୍ଟର ରିଲିଜ କଲେ ପ୍ରଭାସ

ହାଇଦ୍ରାବାଦ: ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ତେଲୁଗୁ ଷ୍ଟାର ପ୍ରଭାସ 'ରାଧେଶ୍ୟାମ' ପୋଷ୍ଟରକୁ ରିଲିଜ କରିଛନ୍ତି । ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ପୂଜା ହେଗଡ଼େ ଅଭିନୟ କରିଛନ୍ତି । ଏହି ପୋଷ୍ଟରେ ପ୍ରଭାସ ଖୁବ ଷ୍ଟାଇଲିସ ଲାଗୁଥିବା ବେଳେ ପୂଜା ଗାଉନରେ ପରି ଭଳି ଦେଖାଯାଉଛନ୍ତି । ପୂଜା ପୋଷ୍ଟରେ ପିଆନୋ ବଜାଉଥିବା ବେଳେ ତାଙ୍କ ପାଖରେ ପ୍ରଭାସ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ପବିତ୍ର ଜନ୍ମାଷ୍ଟମୀକୁ ଏହି ଆକର୍ଷଣୀୟ ପୋଷ୍ଟର ସହିତ ପାଳନ କରିବାକୁ ପ୍ରଭାସ କହିଛନ୍ତି । ସେ ଇନଷ୍ଟାଗ୍ରାମରେ ପୋଷ୍ଟରେ ସେୟାର କରି କ୍ୟାପସନେରେ ଏହା କହିଛନ୍ତି । ରାଧେଶ୍ୟାମ ଫିଲ୍ମରେ ରାଧାକ୍ରିଷ୍ଣା କୁମାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି ବୋଲି କହିଛନ୍ତି ନିର୍ଦ୍ଦେଶକ ରାଧା । ୨୦୨୨ ମସିହା ଜାନୁଆରୀ ୧୪ ତାରିଖରେ ଏହି ଫିଲ୍ମଟି ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି । ଜନ୍ମାଷ୍ଟମୀରେ ଏହି ପୋଷ୍ଟରକୁ ସେୟାର କରି ସେ ବହୁତ ଉତ୍ସାହିତ ବୋଲି କହିଛନ୍ତି ।

ଏହା ଏକ ବିଭିନ୍ନ ଭାଷାଭିତ୍ତିକ ଫିଲ୍ମ । ଏହି ଫିଲ୍ମକୁ ଗୁଲଶନ କୁମାର ଓ ଟି-ସିରିଜ ଉପସ୍ଥାପିତ କରିଥିବା ବେଳେ UV କ୍ରିଏସନ ଓ ଭୂଷଣ କୁମାର, ଭାମସି ଓ ପ୍ରମୋଦ ପ୍ରଡ୍ୟୁସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.