ETV Bharat / sitara

ନ୍ୟୁୟର୍କ ସିଟିକୁ ଗାଁ କହିଲେ ଅର୍ଚ୍ଚିତା, ଭିଡିଓ ଭାଇରାଲ

author img

By

Published : Jun 24, 2021, 11:44 AM IST

ଭାଇରାଲ ହେଉଛି ଅର୍ଚ୍ଚିତାଙ୍କ ଥ୍ରୋବ୍ୟାକ ଭିଡିଓ । ଟ୍ରାଭେଲ ଡାଏରୀରୁ ସେୟାର କଲେ ଏହି ଭିଡିଓ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଚ୍ଚିତା ସାହୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଚ୍ଚିତା ସାହୁ

ଭୁବନେଶ୍ବର: ଓଲିଉଡର ସୁନ୍ଦରୀ ଅଭିନତ୍ରୀ ଅର୍ଚ୍ଚିତା ସାହୁ ବିବାହ ପରଠୁ ବେଶ୍ ଚର୍ଚ୍ଚାରେ ରହିଆସୁଛନ୍ତି । କୋରୋନା ସଙ୍କଟ ପାଇଁ ଘରେ ଥିବା ଅର୍ଚ୍ଚିତ କେବେ ସ୍ବାମୀ ତଥା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ନିଜର ରୋମାଣ୍ଟିକ ଭିଡିଓ ସେୟାର କରୁଛନ୍ତି ତ କେବେ ନିଜର ଥ୍ରୋବ୍ୟାକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଖୁବ୍ ମନୋରଞ୍ଜନ କରୁଛନ୍ତି । ଏଥର ମଧ୍ୟ ସମାନ କାମ କରିଛନ୍ତି ସେ । ପୋଷ୍ଟ କରିଛନ୍ତି ଥ୍ରୋବ୍ୟାକ ଭିଡିଓ ।

ଯେଉଁଥିରେ ସେ ନ୍ୟୁୟର୍କ ସିଟିରେ ବୁଲୁଥିବାର ନଜର ଆସୁଛନ୍ତି । ସେହିପରି ଫଟୋ ପୋଷ୍ଟ କରି ସେ ନ୍ୟୁୟର୍କ ସିଟିକୁ ଗାଁ ସହ ତୁଳନା କରିଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ଇୟେ ଭି ତ ଗୋଟେ ଗାଁ ।’ ଭିଡିଓର ବ୍ୟାକଗ୍ରାଉଣ୍ଡରେ ମଧ୍ୟ ଓଡିଆ ଗୀତ ‘ଚାଲ ବୁଲେଇ ନେବି ତତେ ଗାଁ’ ବାଜୁଥିବାର ଶୁଣିବାକୁ ମିଳୁଛି ।

ପ୍ରକାଶ ଥାଉକି ଗତ ମେ 28 ତାରିଖରେ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରିଥିଲେ ଅର୍ଚ୍ଚିତା । ଏହି ଅବସରରେ ସେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ’ ଫିଲ୍ମର ପ୍ରଶଂସା କରିଥିଲେ । ସେ ଅକ୍ଷୟଙ୍କ ଏକ ପୋଷ୍ଟରେ କମେଣ୍ଟ କରି ଲେଖିଥିଲେ ସ୍ପେଶାଲ କଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.