ଭୁବନେଶ୍ବର: କୋରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାର ଏପ୍ରିଲ ୫ରୁ ଲକଡାଉନ ଘୋଷାଣ କରିଛନ୍ତି । ଲକଡାଉନ ଯୋଗୁ ପ୍ରଭାବିତ ହେଉଛନ୍ତି ଅନେକ ଅଭାବୀ ଲୋକ । ଯାହାଙ୍କ ଦେବଦୂତ ସାଜି ମୁହଁରେ ହସ ଫୁଟାଇଛନ୍ତି ଅଭିନେତା ତଥା ବିଧାୟକ ଆକାଶ ଦାଶନାୟକ ।
ହଜାର ହଜାର ଲୋକଙ୍କ ଦୁଃଖକୁ ନିଜ ଦୁଃଖ ଭାବି ସେମାନଙ୍କୁ ଅସରନ୍ତି ସୁଖ ମଧ୍ୟ ପ୍ରଦାନ କରୁଛନ୍ତି କୋରେଇ ମାଟିର ଲଢୁଆ ପୁଅ ତଥା ପୂର୍ବତନ ବିଧାୟକ ଆକାଶ ଦାଶନାୟକ ।
ସ୍ବେଚ୍ଛାସେବୀ ସଂଗଠନ ଉଡ୍ର ଚାରିଟେବଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଉଡ୍ରର ଷଷ୍ଠ ବାର୍ଷିକୀ ଉପଲକ୍ଷେ ମଙ୍ଗଳବାର ଅସହାୟଙ୍କୁ ସହଯୋଗର ହାତ ବଢାଇଛନ୍ତି। ଏହି ସଂଗଠନ ପ୍ରୟାସରେ ବାତ୍ୟା ଓ କୋରୋନା ପ୍ରଭାବରେ ପ୍ରଭାବିତ ହୋଇଥିବା ପାଣିକୋଇଲି ଓ ପଥରପଦା ଅଞ୍ଚଳର ବିଭିନ୍ନ ଅସହାୟ ଓ ଦୁଃଖି ଲୋକଙ୍କୁ ଗୋଟିଏ ମାସର ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ସବୁ ମହଲରେ ତାଙ୍କ ପ୍ରଶଂସା କରାଯାଉଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ