ETV Bharat / sitara

ମୁମ୍ବାଇ ଫିଲ୍ମ ମହୋତ୍ସବରେ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’ ପୁରସ୍କୃତ - ଓଡିଆ ନିର୍ମାତା ଅକ୍ଷୟ କୁମାର ପରିଜାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକା ବିଦ୍ରୋହ’

ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’କୁ ମିଳିଲା ନୂଆ ଉପାଧି । ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ସ୍ବତନ୍ତ୍ର ଜୁରି ପୁରସ୍କାର କଲା ଲାଭ । ଅଧିକ ପଢନ୍ତୁ...

odia-short-film-paika-bidroha-wins-special-jury-awarad-at-9th-mumbai-film-festival
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Dec 7, 2020, 2:42 PM IST

Updated : Dec 7, 2020, 6:01 PM IST

ଭୁବନେଶ୍ବର: ଓଡିଆ ନିର୍ମାତା ଅକ୍ଷୟ କୁମାର ପରିଜାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’ ଚଳିତ ବର୍ଷ ନବମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ସ୍ବତନ୍ତ୍ର ଜୁରି ପୁରସ୍କାର ଲାଭ କରିଛି । ଏହି ଚଳଚ୍ଚିତ୍ର 1817 ମସିହାରେ ଓଡିଶାରେ ଘଟିଥିବା ପାଇକ ବିଦ୍ରୋହ ଉପରେ ଆଧାରିତ । ଏହା ତତ୍କାଳୀନ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ନିୟମ ବିରୁଦ୍ଧରେ ପାଇକା ନେତା ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଏକ ସଶସ୍ତ୍ର ବିଦ୍ରୋହ ଥିଲା ।

ଅକ୍ଷୟ ପରିଜାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ପାଇକ ବିଦ୍ରୋହ’ରେ ମନୋଜ ମିଶ୍ର ଜୟ ରାଜଗୁରୁ ଏବଂ ସମରେଶ ରାଉତ, ବକ୍ସି ଜଗବନ୍ଧୁ ଭାବରେ ଅଭିନୟ କରିଥିଲେ । ତାଙ୍କ ଶାନଦାର ଅଭିନୟ ସମସ୍ତଙ୍କ ମନ କିଣିଥିଲା ।

ସେହିପରି ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗି । କାହାଣୀ, ସ୍କ୍ରିନ୍ ପ୍ଲେ ଏବଂ ସଂଳାପଗୁଡିକ ହର ପ୍ରସାଦ ଦାଶଙ୍କ ଦ୍ବାରା ଲିଖିତ । ଏହି ପର୍ଯ୍ୟାୟ ଚଳଚ୍ଚିତ୍ରର ପୋଷାକଗୁଡିକ ଫିଲ୍ମର ସହ-ନିର୍ମାତା ବର୍ଣ୍ଣାଲି ରଥଙ୍କ ଦ୍ବାରା ପରିକଳ୍ପନା କରାଯାଇଥିଲା |

ପ୍ରକାଶ ଥାଉକି 2018ରେ, ଏହି କ୍ଷୁଦ୍ର ଚଳଚ୍ଚିତ୍ର ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ସମ୍ପାଦନା ଏବଂ ଜୁରି ଦ୍ବାରା ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଚାରିଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ​​।

Last Updated : Dec 7, 2020, 6:01 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.