ETV Bharat / sitara

ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କଲା ଓଡିଆ ଆପ୍ - ମୌଳିକ କଥାବସ୍ତୁର ମନୋରଞ୍ଜନ ଆପ୍

ଓଡିଶାରେ ବଢିଚାଲିଛି ଡିଜିଟାଲ ପ୍ଲାଟଫର୍ମର ଚାହିଦା । ଓଟିଟି ଆପ ଭାବରେ ତରଙ୍ଗ ସିନେ ପ୍ଲସ, ଓଲ୍ଲୀ ପ୍ଲସ, ଆଓ ନେକ୍ସଟ ଭଳି ଓଟିଟି ଆପ୍ କିଣୁଛି ଦର୍ଶକଙ୍କ ମନ । ଅଧିକ ପଢନ୍ତୁ...

ଓଟିଟି ପ୍ଲାଟଫର୍ମ ଆପ୍
ଓଟିଟି ପ୍ଲାଟଫର୍ମ ଆପ୍
author img

By

Published : Feb 2, 2021, 7:53 PM IST

ଭୁବନେଶ୍ବର: ଦେଶ ହେଉ ଅବା ରାଜ୍ୟ ଗୋଟିଏ କ୍ଲିକରେ ଦେଖିପାରିବେ ମନପସନ୍ଦର ଓଡିଆ କାର୍ଯ୍ୟକ୍ରମ । ଓଡିଆ ମନୋରଞ୍ଜନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ଓଟିଟି ପ୍ଲାଟଫର୍ମ । ଐତିହାସିକ ଓଡିଆ ଚଳଚ୍ଚିତ୍ର ହେଉ ଅବା କ୍ଷୁଦ୍ର ସିନେମା, ୱେବ ସିରିଜ, ମ୍ୟୁଜିକ ଆଲବମ୍ ଅବା ଶିଶୁଙ୍କ ପାଇଁ କାର୍ଟୁନ ଶୋ ସବୁ ରହିବ ଆପଣଙ୍କ ହାତ ପାହାନ୍ତାରେ । କେଉଁଠି ଥାଆନ୍ତୁ ନା କାହିଁକି କେଉଁ ସମୟରେ ବି ହେଉ ମୋବାଇଲର ଗୋଟିଏ କ୍ଲିକ ମାଧ୍ୟମରେ ଆପଣ ଦେଖିପାରିବେ ମନପସନ୍ଦର ଅନେକ କାର୍ଯ୍ୟକ୍ରମ । ଏଭଳି ମନ ପସନ୍ଦର କାର୍ଯ୍ୟକ୍ରମକୁ ନେଇ ଓଡ଼ିଆ ଏକକ ଓଟିଟି ଆପ ଭାବରେ ତରଙ୍ଗ ସିନେ ପ୍ଲସ, ଓଲ୍ଲୀ ପ୍ଲସ, ଆଓ ନେକ୍ସଟ ଭଳି ଅନେକ ଆପ୍ପ ଓଡିଶାରେ ଆରମ୍ଭ ହୋଇଛି ।

ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କଲା ଓଡିଆ ଆପ୍

ବିଗତ 5 ବର୍ଷ ଧରି ଭାରତରେ ରାଜ କରୁଥିବା ଓଟିଟି ପ୍ଲାଟଫର୍ମ ଶେଷରେ ଓଡିଆ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରୟାସ ଆରମ୍ଭ କରିଛି । ଆଉ ଏହି ଏକକ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ଓଡିଆ ଦର୍ଶକ ବିଶ୍ବରେ ଯେଉଁଠି ବି ବସି ନିଜ ମନ ପସନ୍ଦର ପୁରୁଣା ଓ ନୂଆ ଓଡ଼ିଆ ସିନେମା, ଗୀତ, ସିରିଏଲ ଦେଖିପାରିବେ।

କେବଳ ଓଡିଆ ନୁହେଁ ଦେଶର ଅନ୍ୟ ସବୁ ଭାଷାରେ ପ୍ରଥମ ଓଡ଼ିଆ ଆପ୍ପ ଭାବରେ ଆଓ ନେକ୍ସଟ ଓଡିଆ ସମେତ ତେଲୁଗୁ ତାମିଲ ,ହିନ୍ଦୀ,ମାଲାୟାଲମ ଭଳି ଭାଷାର ୪୦୦ରୁ ଊର୍ଦ୍ଧ୍ବ ଓ ଦେଶ ବାହାରର ୭୦୦ ସିନେମା ଯୋଡିପାରିଛି ।

ଆହୁରି ନୂଆ ନୂଆ କଥାବସ୍ତୁ ସହ ଓଟିଟି ପ୍ଲାଟଫର୍ମ ଭିନ୍ନ ଧରଣର ମନୋରଞ୍ଜନ ଖୋରାକ ଯୋଗାଇବା ନେଇ ଆଶାବ୍ୟକ୍ତ କରିଛନ୍ତି ଉଭୟ ଦର୍ଶକ, କଳାକାର ଓ ସିନେ ସମୀକ୍ଷକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.