ETV Bharat / sitara

ହାତକୁ ଦୁଇ ହାତ ହେବେ କମେଡିଆନ ପ୍ରଜ୍ଞା, ସରିଲା ନିର୍ବନ୍ଧ

author img

By

Published : Jan 18, 2022, 4:15 PM IST

ହାତକୁ ଦୁଇ ହାତ ହେବେ ଓଡ଼ିଶାର ଲୋକପ୍ରିୟ କମେଡିଆନ ପ୍ରଜ୍ଞା ରଞ୍ଜନ ଖଟୁଆ । ଅଭିନେତା ପ୍ରଜ୍ଞା ଖଟୁଆଙ୍କ ନିର୍ବନ୍ଧ ସରିଛି । ଅଧିକ ପଢନ୍ତୁ

ହାତକୁ ଦୁଇ ହାତ ହେବେ କମେଡିଆନ ପ୍ରଜ୍ଞା ଖଟୁଆ, ସରିଲା ନିର୍ବନ୍ଧ

ହାଇଦ୍ରାବାଦ: ବାଜିବ ସାହାନାଇ । ହାତକୁ ଦୁଇ ହାତ ହେବେ ଓଡ଼ିଶାର ଲୋକପ୍ରିୟ କମେଡିଆନ ପ୍ରଜ୍ଞା ରଞ୍ଜନ ଖଟୁଆ। ସରିଛି ଅଭିନେତା ପ୍ରଜ୍ଞା ଖଟୁଆଙ୍କ ନିର୍ବନ୍ଧ। ଖୁବ ଶୀଘ୍ର ଜୀବନର ଦ୍ଵିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଥିବା ପ୍ରଜ୍ଞାଙ୍କ ଜୀବନସାଥୀ ହେବେ ଟେଲି ଅଭିନେତ୍ରୀ ସୁନନ୍ଦା ।

ସୋସିଆଲ୍‌ ମିଡିଆରେ ପ୍ରଜ୍ଞାଙ୍କ ରିଙ୍ଗ୍‌ ସେରିମନିର କିଛି ଝଲକ ଏବଂ କେକ୍‌ କଟା ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଅଭିନେତ୍ରୀ ସୁନନ୍ଦା, ଅଭିନେତା ପ୍ରଜ୍ଞା ଏବଂ ଯୋଡ଼ିଦାର ଶଙ୍କର ଅଛନ୍ତି । ପଛରେ ରିଙ୍ଗ୍‌ ସେରିମନି ପୋଷ୍ଟର୍‌ ଲଗାଯାଇଛି ।

ପ୍ରଜ୍ଞାଙ୍କ ନିର୍ବନ୍ଧ ଖବର ଶୁଣି ପ୍ରଶଂସକ ମହଲରେ ଖୁସିର ଲହରି ଖେଳି ଯାଇଛି। ଶୁଣିବାକୁ ମିଳୁଛି, ଗତକାଲି (ସୋମବାର) ପ୍ରଜ୍ଞାଙ୍କ ନିର୍ବନ୍ଧ ହୋଇଛି । ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଜ୍ଞା ଏବଂ ସୁନନ୍ଦା । ଅଭିନେତ୍ରୀ ସୁନନ୍ଦା ହେଉଛନ୍ତି ପ୍ରଜ୍ଞାଙ୍କର ପୁରୁଣା ବନ୍ଧୁ । ଉଭୟେ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.