ETV Bharat / sitara

ପ୍ରଥମ ଫିମେଲ ଥର୍ ପାଇଁ ପୋର୍ଟମେନ ଏକ୍ସସାଇଟେଡ୍

ପ୍ରଥମ ଥର୍ ପାଇଁ ଫିଲ୍ମରେ ଜଣେ ଫିମେଲ ଥରଙ୍କୁ ଦେଖିବାକୁ ମିଳିବ । ପୂର୍ବ ସମସ୍ତ ପାର୍ଟରେ ଥର୍ ଭୂମିକାରେ କ୍ରିସ ହେମସୱର୍ଥ ଆକ୍ଟିଂ କରିଥିଲେ । ଏଥର ନାଟାଲିଏ ପୋର୍ଟମେନ୍ ଏହି ଭୂମିକାରେ ଅଭିନୟ କରିବେ । ଅଧିକ ପଢନ୍ତୁ...

author img

By

Published : Jul 27, 2020, 7:26 PM IST

ପ୍ରଥମ ଫିମେଲ ଥର୍ ପାଇଁ ପୋର୍ଟମେନ୍ ଏକ୍ସସାଇଟେଡ୍

ୱାଶିଂଟନ: ହଲିଉଡ ସୁପରହିରୋ ଫ୍ରାଞ୍ଚାଇଜ୍ ମାର୍ଭଲର ନୂଆ ସିଜିନ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି । ଆଭେଞ୍ଜର ଏଣ୍ଡଗେମ୍ ପରବର୍ତ୍ତୀ ସମୟର ଦୃଶ୍ୟକୁ ଏହି ସିଜିନରେ ଦେଖାଯିବ । ଏଥିପାଇଁ ଅନେକ ନୂଆ ଫିଲ୍ମର ଘୋଷଣା କରିଛି କମ୍ପାନୀ । ଏଥିମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ରହିଛି ଥର୍ ସିରିଜର ପଞ୍ଚମ ଫିଲ୍ମ- ଥର୍: ଲଭ ଆଣ୍ଡ ଥଣ୍ଡର ।

ପ୍ରଥମ ଥର୍ ପାଇଁ ଫିଲ୍ମରେ ଜଣେ ଫିମେଲ ଥରଙ୍କୁ ଦେଖିବାକୁ ମିଳିବ । ପୂର୍ବ ସମସ୍ତ ପାର୍ଟରେ ଥର୍ ଭୂମିକାରେ କ୍ରିସ ହେମସୱର୍ଥ ଆକ୍ଟିଂ କରିଥିଲେ । ଏଥର ନାଟାଲିଏ ପୋର୍ଟମେନ୍ ଏହି ଭୂମିକାରେ ଅଭିନୟ କରିବେ । ନାଟାଲିଏ ପୂର୍ବରୁ ଥର୍ ପାର୍ଟ ଟୁ ଓ ଥ୍ରିରେ ନଜର ଆସିଥିଲେ । କ୍ରିସଙ୍କ ହିରୋଇନ ଭାବେ ସେ ଆକ୍ଟିଂ କରିଥିଲେ । ନୂଆ ପାର୍ଟରେ ପୋର୍ଟମେନ୍ ଥର୍ ବନିବାକୁ ଯାଉଛନ୍ତି । ଏହାକୁ ନେଇ ସେ ଖୁବ୍ ଏକ୍ସସାଇଟେଡ୍ ଅଛନ୍ତି । ତେବେ ସେ କହିଛନ୍ତି ଯେ ଏହାକୁ ଫିମେଲ ଥର୍ କହିବା ଉଚିତ ହେବ ନାହିଁ କାରଣ ଫିମେଲ ଥର୍ ପୂର୍ବ ଭଳି ଶକ୍ତିଶାଳୀ ଓ ସାହାସୀ ରହିବ ।

ଇନଷ୍ଟାଗ୍ରାମରେ ଏକ ଲାଇଭ୍ ପ୍ରୋଗ୍ରାମବେଳେ ପୋର୍ଟମେନ୍ ଏପରି ମତ ଦେଇଛନ୍ତି । ସେ କହିଛନ୍ତି ଯେ କୋରୋନା ମହାମାରୀ ଯୋଗୁଁ ଫିଲ୍ମର ସୁଟିଂ ବନ୍ଦ ରହିଥିଲା । ପ୍ରକୃତରେ କେବେ କାମ ଆରମ୍ଭ ହେବ ସେନେଇ କୌଣସି ସୂଚନା ନାହିଁ । ତେବେ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି ପୋର୍ଟମେନ୍ କହିଛନ୍ତି । ଏହାସହ ସେ ଥର୍ ସିରିଜର ଟେସା ଥମ୍ପସନଙ୍କ କ୍ୟାରେକ୍ଟର ଭଲକେରିକୁ ନେଇ ଏକ୍ସସାଇଟେଡ୍ ଥିବା କହିଛନ୍ତି । ଟେସାଙ୍କ ଆକ୍ଟିଂ ତାଙ୍କୁ ଭଲ ଲାଗେ ଏବଂ ତାଙ୍କ ସହ କାମ କରିବାକୁ ସେ ଆଗ୍ରହୀ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.