ETV Bharat / sitara

ପଳାତକ ମଦ ବ୍ୟବସାୟୀ Vijay Mallyaଙ୍କ ଉପରେ ନିର୍ମାଣ ହେବ ୱେବ ସିରିଜ - ଏମଏକ୍ସ ପ୍ଲେୟାରର ଆଗାମୀ ପ୍ରୋଜେକ୍ଟ

ବହୁଚର୍ଚ୍ଚିତ ବ୍ୟକ୍ତିବିଶେଷ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ଏକ ୱେବ ସିରିଜ ନିର୍ମାଣ କରିବ MX Player । ଅଧିକ ପଢନ୍ତୁ

ପଳାତକ ମଦ ବ୍ୟବସାୟୀ Vijay Mallyaଙ୍କ ଉପରେ ନିର୍ମାଣ ହେବ ୱେବ ସିରିଜ

author img

By

Published : Dec 19, 2021, 1:41 PM IST

ବେଙ୍ଗାଲୁରୁ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଯାତ୍ରା ବିଷୟରେ ଏକ ୱେବ୍ ସିରିଜ ନିର୍ମାଣ କରିବ ଭାରତୀୟ ଭିଡ଼ିଓ ଷ୍ଟ୍ରିମିଙ୍ଗ ଆପ୍‌ ତଥା OTT ପ୍ଲାର୍ଟଫର୍ମ MX Player । ତେବେ ବିଶିଷ୍ଟ ସାମ୍ବାଦିକ କେ ଗିରି ପ୍ରକାଶଙ୍କ ଦ୍ବାରା ଲିଖିତ ଏକ ପୁସ୍ତକ ଉପରେ ଆଧାର କରି ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମିଳିଛି ସୂଚନା ।

ୱେବ ସିରିଜ ନିର୍ମାଣ ପାଇଁ 'The Vijay Mallya Story' ପୁସ୍ତକରୁ ଆଣିବାକୁ ଥିବା ତଥ୍ୟ ଲାଗି ଏହି ଷ୍ଟ୍ରିମିଙ୍ଗ ଆପ୍‌କୁ ଆବଶ୍ୟକୀୟ ସ୍ବତନ୍ତ୍ର ଅଧିକାର ଆବଶ୍ୟକ । Almighty Motion Picture ସହିତ ମିଳିତ ଭାବରେ MX Player ଏହି ସ୍ବତନ୍ତ୍ର ଅଧିକାର ହାସଲ କରିଥିବା ଘୋଷଣା କରିଛି । ଏହି ପୁସ୍ତକଟି Penguin Random House ଦ୍ବାରା ପ୍ରକାଶିତ ହୋଇଥିଲା ।

ପୂର୍ବରୁ ଡିଜିଟାଲ ଫ୍ରି OTT ପ୍ଲାର୍ଟଫର୍ମ MX ଅରିଜିନାଲ ସିରିଜ, 'Aashram', 'Queen', 'Matsya Kaand' ଓ 'High' ଭଳି ୱେବ ସିରିଜ ନିର୍ମାଣ କରିଛି । ମାଲ୍ୟାଙ୍କ ଉପରେ ନିର୍ମିତ ହେବାକୁ ଯାଉଥିବା ଏହି ୱେବ ସିରିଜରେ ତାଙ୍କ ବ୍ୟବସାୟ ଠାରୁ ଆରମ୍ଭ କରି ପଳାୟନ ସମସ୍ତ ଦିଗକୁ ଦର୍ଶାଯିବ ।

ତେବେ ସୂଚନା ଥାଉ କି ମାଲ୍ୟା Kingfisher ଏୟାରଲାଇନ୍ସର ସହିତ ୟୁନାଇଟେଡ୍ ସ୍ପିରିଟ୍ସ(United Spirits ) ଏବଂ ୟୁନାଇଟେଡ୍ ବ୍ରୁରିଜ୍(United Breweries) ଭଳି ମଦ କମ୍ପାନୀର ମାଲିକ ଥିଲେ । ତାଙ୍କ ନାମରେ କୋଟି କୋଟି ଟଙ୍କାର ଠକେଇ ମାମଲା ଥିବା ବେଳେ ସେ ଦେଶ ଛାଡି ପଳାୟନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.