ETV Bharat / sitara

ଚଳଚ୍ଚିତ୍ର ଓମ ସ୍ବାହାର ଶୁଭ ମହୁରତ

author img

By

Published : Dec 16, 2021, 2:00 PM IST

ଓଡ଼ିଆ ଚଳଚ୍ଚିତ୍ର ଓମ ସ୍ୱାହାର ଶୁଭ ମହୁରତ ହୋଇଯାଇଛି । ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେବ ସୁଟିଂ । ଅଧିକ ପଢନ୍ତୁ

ଚଳଚ୍ଚିତ୍ର 'ଓମ ସ୍ବାହା'ର ଶୁଭ ମହୁରତ
ଚଳଚ୍ଚିତ୍ର 'ଓମ ସ୍ବାହା'ର ଶୁଭ ମହୁରତ

ଭୁବନେଶ୍ବର: ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହ ଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଓମ ସ୍ୱାହା' l ଭୁବନେଶ୍ବର ସ୍ଥିତ ଟଙ୍କପାଣି ରୋଡ଼ ସାଇ ମନ୍ଦିରରେ ଏହାର ଶୁଭ ମହୁରତ ହୋଇଯାଇଛି l ଚଳଚ୍ଚିତ୍ରଟିର କାହାଣୀ ଭାଇ ଭଉଣୀଙ୍କ ନିବିଡ ପ୍ରେମ ଓ ତ୍ୟାଗ ଉପରେ ଆଧାରିତ l ଚଳଚ୍ଚିତ୍ରରେ ମୂଖ୍ୟ ଭୂମିକାରେ ଅଭିନେତା ଜ୍ୟୋତି ରହିଥିବା ବେଳେ ତାଙ୍କ ବିପକ୍ଷରେ ଅର୍ଥାତ ଅଭିନେତ୍ରୀ ଭାବେ ରହିଛନ୍ତି ଵିଦ୍ୟା ଓ ସୁସ୍ମିତା। ଚଳଚ୍ଚିତ୍ରର ପ୍ରଯୋଜକ ବିଜୟ ଦ୍ବିବେଦୀ ଥିବା ବେଳେ ତାଙ୍କ ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ ରହିଛନ୍ତି । ଏବଂ ନିର୍ଦେଶନା ଦାୟିତ୍ବରେ ରହିଛନ୍ତି ଦିଲ୍ଲୀପ ପଣ୍ଡା ।

ଚଳଚ୍ଚିତ୍ର 'ଓମ ସ୍ବାହା'ର ଶୁଭ ମହୁରତ

ଏଥିରେ ମଳୟ ମିଶ୍ର ସଂଗୀତ ନିର୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଇରା ମହାନ୍ତି ଏବଂ ନିର୍ଦେଶକ ନିଜେ ମଳୟ ମହାନ୍ତି l ନିର୍ମଳ ନାୟକ ଓ ହର ବାରିକ ଗୀତ ରଚନା କରିଛନ୍ତି l ଫାଇଟ୍ ଦାୟିତ୍ୱରେ ଅଛନ୍ତି ଶୈଳେନ୍ଦ୍ର l ଚଳିତ ମାସ ୧୯ ତାରିଖରୁ ଏହାର ସୁଟିଂ ଆରମ୍ଭ ହେବାକୁ ଥିବା କହିଛି ପ୍ରଯୋଜନା ସଂସ୍ଥା । ଅନ୍ୟ ଭୂମିକା ରହିଛନ୍ତି ରାଇମୋହନ ପରିଡା, ଅସିତ୍ ପତି, ପ୍ରଭାତୀ ସାହୁ,ପ୍ରତିଭା ପଣ୍ଡା,ବାବୁ ପ୍ରଧାନ, ସୋରଜ ଦାସ୍,କେକେ,ଚିନ୍ତାମଣି, ଜୀବନ ପଣ୍ଡା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.