ମୁମ୍ବାଇ: ଅଭିନେତ୍ରୀରୁ ସାଂସଦ ସାଜିଥିବା ମିମି ଚକ୍ରବର୍ତ୍ତୀଙ୍କ ଫାଷ୍ଟ ସିଂଙ୍ଗଲ ହିନ୍ଦୀ ସଙ୍ଗ ‘ଅନଜାନା’ ଦୁଇଦିନ ପୂର୍ବରୁ ରିଲିଜ ହୋଇଯାଇଛି । ଗୀତଟିକୁ ମିମି ଚକ୍ରବର୍ତ୍ତୀ କ୍ରିଏଶନ୍ସ ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାଇଛି । ଗୀତର ଲିରିକ୍ସ ଲେଖିଛନ୍ତି ରାଜୀବ ଦତ୍ତା ଓ ସୋହମ ମଜୁମଦାର । ଆଉ ଗୀତରେ ମିମିଙ୍କ ସୁନ୍ଦର କଣ୍ଠ ଶୁଣିବାକୁ ମିଳୁଛି ।
- " class="align-text-top noRightClick twitterSection" data="">
3 ମିନିଟ 13 ସେକେଣ୍ଡର ଏହି ମ୍ୟୁଜିକାଲ ଭିଡିଓରେ କେବଳ ମିମି ହିଁ ନଜର ଆସୁଛନ୍ତି । ଗୀତରେ ସେ କେବେ ବାଇକ ଚଲାଉଛନ୍ତି ତ ଆଉ କେବେ ତାଙ୍କ ସେକ୍ସୀ ଅନ୍ଦାଜ ଦେଖିବାକୁ ମିଳୁଛି । ସେପ୍ଟେମ୍ବର 22ରେ ରିଲିଜ ହୋଇଥିବା ଏହି ଗୀତକୁ ଏଯାବତ 5 ଲକ୍ଷରୁ ଅଧିକଥର ଦେଖାସରିଲାଣି । ଗୀତଟି ‘ଡ୍ରୀମ୍ସ’ ନାମ ଆଲବମର ଅଂଶ । ନିକଟରେ ଏକ ସାକ୍ଷାତକାର ମିମି କହିଥିଲେ କି ଏହି ଗୀତଟି ତାଙ୍କ ସ୍ବପ୍ନକୁ ବଖାଣୁଛି । ପ୍ରଥମ ଗୀତ ‘ଅନଜାନା’ ଯିଏ ନିଜ ଭିତରେ ଅଜଣା ତଥ୍ୟକୁ ଖୋଜୁଛି ।
ସେ ଏକ ମ୍ୟୁଜିକାଲ ଫ୍ୟାମିଲିର ଝିଅ । ସେଥିପାଇଁ ପିଲା ବେଳୁ ତାଙ୍କୁ ସଙ୍ଗୀତରେ ରୁଚି ରହିଛି । ସଙ୍ଗୀତ ତାଙ୍କର ଷ୍ଟ୍ରେସ ବୋଷ୍ଟର ଭଳି କାମ କରିଥାଏ । ସେ ଯେଉଁ ଗୀତରୁ ଡେବ୍ୟୁ କରିଥିଲେ ତାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା ବୋଲି କହିଥିଲେ ମିମି ।