ହାଇଦ୍ରାବାଦ: 2003 ODI ବିଶ୍ୱକପ୍ ର ବ୍ରଡକାଷ୍ଟର୍ ସୋନି ମ୍ୟାକ୍ସର କାର୍ଯ୍ୟକ୍ରମ Xtra Innings ସହିତ କ୍ରିକେଟ୍ ଆଙ୍କରିଙ୍ଗରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମନ୍ଦିରା ବେଦୀ ଅନେକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଟୁର୍ନାମେଣ୍ଟ ସମୟରେ ପ୍ରି-ମ୍ୟାଚ୍ ସୋ ସମୟରେ ଅନେକ କ୍ରିକେଟର ତାଙ୍କ ଆଡକୁ ଚାହିଁ ରହୁଥିଲେ।
ଖେଳାଳିଙ୍କୁ ତାଙ୍କ ତାଙ୍କ ପ୍ରଶ୍ନକୁ ପିଲାଳିଆମି ଭଳି ଲାଗୁଥିଲା, ସେମାନେ କହୁଥିଲେ ଯେ, କଣ ପ୍ରଶ୍ନ ପଚାରୁଛନ୍ତି ? ସେମାନେ ରାଗି ଯାଇ ମୋ ପ୍ରଶ୍ନର ଉତ୍ତର ଦେଉନଥିଲେ । ବେଳେବେଳେ ଅନେକ ଖେଳାଳୀ ଜବାବ ଦେଉଥିଲେ, ତାଙ୍କର ଉତ୍ତର ସହିତ ମୋ ପ୍ରଶ୍ନ ମେଳ ଖାଉ ନଥିଲା ଏବଂ ମୁଁ ଖେଳାଳିଙ୍କ ଏହି ଆଚରଣକୁ ବହୁତ ଭୟ କରୁଥିଲି ।
- " class="align-text-top noRightClick twitterSection" data="
">
ମନ୍ଦିରା ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ସହ ପ୍ୟାନେଲରେ ବସିଥିବା ଲୋକମାନେ ମଧ୍ୟ ଭଲ ବ୍ୟବହାର କରୁନଥିଲେ। ସେମାନେ କଦାପି ଚାହୁଁ ନଥିଲେ ଯେ ମୁଁ କ୍ରିକେଟ୍ ସୋ ଆୟୋଜନ କରେ । ମୋର ଅନେକ କ୍ରିକେଟର ବନ୍ଧୁ ଥିଲେ, ବର୍ତ୍ତମାନ ସେମାନେ ଅବସରପ୍ରାପ୍ତ, କିନ୍ତୁ ସେତେବେଳେ ପ୍ୟାନେଲକୁ ମୋର ବନ୍ଧୁତାକୁ ମଧ୍ୟ ପସନ୍ଦ ଆସୁନଥିଲା । ସେମାନଙ୍କୁ ଏହା ପସନ୍ଦ ଆସୁନଥିଲା କି, କୌଣସି ମହିଳା ଶାଢୀ ପିନ୍ଧି କ୍ରିକେଟ୍ ବିଷୟରେ କଥାବାର୍ତ୍ତା କରନ୍ତୁ। କେହି ମୋତେ ମାର୍ଗଦର୍ଶନ ଦେଉନଥିଲେ ।
- " class="align-text-top noRightClick twitterSection" data="
">
ମୋତେ କୁହାଯାଇଥିଲା, ତୁମ ମନକୁ ଯେକୌଣସି ପ୍ରଶ୍ନ ଆସିବ, ତୁମକୁ ସେହି ସମାନ ପ୍ରଶ୍ନ ପଚାରିବାକୁ ପଡିବ । ତା’ପରେ ଏହା ସୋନି ଟିଭି ଥିଲା, ଯିଏ ମୋତେ ସମର୍ଥନ କରିଥିଲେ ଏବଂ ମୋତେ 150-200 ମହିଳାଙ୍କ ମଧ୍ୟରୁ ଚୟନ କରିଥିଲେ । ଆମେ ଆପଣଙ୍କୁ ଏକ କାରଣ ପାଇଁ ବାଛିଛୁ, ଆମେ ଭାବୁଛୁ ଆପଣଙ୍କ ସେହି କ୍ବାଲିଟି ଅଛି ଯାହା ଆମେ ଚାହୁଁଛୁ। ଆଗକୁ ଯାଅ ଏବଂ ଏହି ସମୟରେ ଉପଭୋଗ କର ।
2003 ବିଶ୍ୱକପ ବ୍ୟତୀତ, ମନ୍ଦିରା ବେଦୀ 2007 ବିଶ୍ୱକପରେ ମଧ୍ୟ ଆଙ୍କରିଂ କରିଥିଲେ । 2004, 2006 ଚାମ୍ପିଅନ୍ସ ଟ୍ରଫି ମଧ୍ୟ ମନ୍ଦିରାଙ୍କୁ ଆଙ୍କରିଂ କରୁଥିବା ଦେଖାଯାଇଥିଲା । ଆଇପିଏଲର ପ୍ରାରମ୍ଭିକ ସିଜିନରେ ମନ୍ଦିରାଙ୍କୁ ମଧ୍ୟ ଆଙ୍କର ଭାବରେ ଦେଖିବାକୁ ମିଳିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ