କଟକ: ଆଜିକାଲି ବଲିଉଡ ଏବଂ କନ୍ନଡ ଚଳଚ୍ଚିତ୍ର ଇଣ୍ତଷ୍ଟ୍ରିରେ ଡ୍ରଗ୍ସକୁ ବହୁ ଚର୍ଚ୍ଚା ହେଉଛି । ଏହି ଡ୍ରଗ୍ସ ମାମଲାରେ ବହୁ ବଡ ବଡ କଳାକାରଙ୍କ ନାଁ ମଧ୍ୟ ସାମ୍ମନାକୁ ଆସୁଛି ।
ଏହି ସମୟରେ ନିଶାମୁକ୍ତ ସମାଜ ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି । ଯାହାକୁ ନେଇ କଟକ ଜିଲ୍ଲାରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ପାଇଁ ‘ନ୍ୟୁଜ୍ ଫ୍ୟୁଜ୍’ ଫେମ୍ ତଥା ଓଡିଆ ଫିଲ୍ମ ଅଭିନେତା କୁନା ତ୍ରିପାଠୀଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଛି ।
ଗତ ୧୪ ତାରିଖରେ ଏନେଇ କଟକ ଜିଲ୍ଲାପାଳଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ସେଲ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ନିଶାମୁକ୍ତ ଭାରତ ଅଭିଯାନ ପାଇଁ କୁନାଙ୍କୁ ଜିଲ୍ଲାର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତ କରାଯାଇଛି ।
ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର (OFDC) ର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିବା କୁନାଙ୍କୁ ମନୋନୀତ କରାଯାଇଛି ।
ପ୍ରକାଶ ଥାଉ ଯେ, କୁନା ସିନେମା, ସିରିଏଲ ଏବଂ ‘ନ୍ୟୁଜ୍ ଫ୍ୟୁଜ୍’ ଫେମ୍ ଭାବେ ଘରେ ଘରେ ପରିଚିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ