ETV Bharat / sitara

ଆଥିୟାଙ୍କ ପ୍ରେମରେ ଉବୁଟୁବୁ କେଏଲ ରାହୁଲ, ଏକାଠି ବିତାଉଛନ୍ତି ସମୟ

ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ...

author img

By

Published : Aug 1, 2021, 2:34 PM IST

ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଭାଇରାଲ
ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଭାଇରାଲ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ କ୍ରିକେଟ ଦୁନିଆର ଅନେକ ଯୋଡି ଗଢି ଉଠିଛି । ସେମିତିକା ଯୋଡି ହେଲେ କେଏଲ ରାହୁଲ ଓ ଆଥିଆ ସେଟ୍ଟୀ । ଉଭୟ ଦୁହିଁଙ୍କୁ ଭଲ ବନ୍ଧୁ କହୁଥିଲେ ମଧ୍ୟ ଭାରରାଲ ହେଉଥିବା ଫଟେ କିଛି ଅଲଗା କହୁଛି । ଏହାରି ଭିତରେ ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ଏକ ଗ୍ରୁପ ଫଟୋ ସେଆର କରିଛନ୍ତି। ଏହି ଫଟୋରେ କେଏଲ୍ ରାହୁଲ ଏବଂ ଆଥିଆ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ଫଟୋ ପାଇଁ ପୋଜ ଦେଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ନେଇ ଏବେ ବି-ଟାଉନ୍ ଠାରୁ ଆରମ୍ଭ କରି କ୍ରିକେଟ ଜଗତ ସବୁଠି ଚର୍ଚ୍ଚା ଜୋର ଧରିଛି ।

ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଭାଇରାଲ
ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଭାଇରାଲ

ଏହା ପୂର୍ବରୁ କେଏଲ୍ ରାହୁଲ ଇନଷ୍ଟାଗ୍ରାମରେ ଆଥିଆଙ୍କ ଏକ ଫଟୋ ସେଆର କରିଥିଲେ। ଏହି ଫଟୋରେ ରାହୁଲ ବିରାଟ କୋହଲି, ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବଙ୍କ ସହ ପୋଜ୍ ଦେଉଥିବା ବେଳେ ଆଥିଆ ସେମାନଙ୍କ ଫଟୋ କ୍ଲିକ୍ କରୁଥିବା ଦେଖିବାକୁ ମିଳିଥିଲା ।

ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ସହ ଆଥିଆ ଏବଂ କେଏଲ୍ ରାହୁଲ ଏବେ ଲଣ୍ଡନରେ ଅଛନ୍ତି। ଏହାପୂର୍ବରୁ ମଧ୍ୟ ବ୍ରିଟେନରୁ ଆହୁରି ଅନେକ ଫଟୋକୁ ସାମ୍ନାକୁ ଆସିଛି ଯେଉଁଠି ଆଥିଆ ଏବଂ କେଏଲ୍ ରାହୁଲ ଏକାଠି ସମୟ ବିତାଉଥିବା ନଜରକୁ ଆସିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.