ETV Bharat / sitara

ଭୋଟରଙ୍କ ପାଇଁ ରାପର ହେଲେ କିଙ୍ଗଖାନ

author img

By

Published : Apr 23, 2019, 2:12 PM IST

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ଲୋକସଭା ନିର୍ବାଚନ ପାଇଁ ଭୋଟର୍ମାନଙ୍କୁ ଆକର୍ଷିତ କରିବା ଲାଗି ରାପ ପ୍ରସ୍ତୁତ କରିବା ସହ ନିଜେ ଗୀତ ଗାଇଛନ୍ତି ଶାହାରୁଖ ।

ଫାଇଲ ଫଟୋ

ହାଇଦ୍ରାବାଦ: ପ୍ରଶଂସକଙ୍କୁ କେମିତି ଆକୃଷ୍ଟ କରାଯିବ, ତାହା କିଙ୍ଗଖାନ ଶାହରୁଖଙ୍କୁ ବେଶ ଭଲଭାବରେ ଜଣା । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ଲୋକସଭା ନିର୍ବାଚନ ପାଇଁ ଭୋଟର୍ମାନଙ୍କୁ ଆକର୍ଷିତ କରିବା ଲାଗି ରାପ ପ୍ରସ୍ତୁତ କରିବା ସହ ନିଜେ ଗୀତ ଗାଇଛନ୍ତି ଶାହାରୁଖ । ମତଦାନକୁ ନେଇ ଲୋକଙ୍କ ଭିତରେ ସଚେତନତା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ଅନୁରୋଧ କରିଥିଲେ ।

ତେଣୁ ନିଜର ଫ୍ୟାନ୍ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମ ଥର ରାପର ଅବତାରରେ ନଜର ଆସିଛନ୍ତି ଶାହାରୁଖ । ତେବେ ଏହି ଭିଡିଓ ରିଲିଜ ହେବାରେ ଟିକେ ବିଳମ୍ବ ହୋଇଛି ସତ ମାତ୍ର ଆପଣମାନେ ଭୋଟ୍ ଦେବାରେ ବିଳମ୍ବ କରିବେନି ବୋଲି ଶାହାରୁଖ୍ ଭିଡିଓରେ ଅନୁରୋଧ କରିଛନ୍ତି । ଭୋଟିଙ୍ଗ୍ କେବଳ ଆମ ଅଧିକାର ନୁହେଁ, ଏହା ଆମ ଶକ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ଏହା ପରେ ଅନ୍ୟ ବି-ଟାଉନ୍ ର ସେଲିବ୍ରିଟି ମାନେ ନିଜ ନିଜ ଫ୍ୟାନ୍ସମାନଙ୍କୁ ଭୋଟପାଇଁ ଅନୁରୋଧ କରିଛନ୍ତି । 2019 ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି ।

Intro:Body:

dfdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.