ETV Bharat / sitara

କ୍ରିକେଟର ହେବେ କାର୍ତ୍ତିକ !

author img

By

Published : Apr 7, 2021, 4:54 PM IST

କ୍ରୀଡ଼ା ଫିଲ୍ମ ପାଇଁ ସଜବାଜ ହେଉଛନ୍ତି ଷ୍ଟାଇଲିସ ହିରୋ କାର୍ତ୍ତିକ ଆରିୟନ। ସବୁବେଳେ ରୋମାଣ୍ଟିକ ଫିଲ୍ମରେ ନଜର ଆସୁଥିବା କାର୍ତ୍ତିକ ଏବେ କ୍ରୀଡ଼ା ଆଡ଼କୁ ମନ ବଳାଉଛନ୍ତି। ଅଧିକ ପଢ଼ନ୍ତୁ...

କ୍ରିକେଟର ଭୂମିକାର ନଜର ଆସିବେ କାର୍ତ୍ତୀକ !
କ୍ରିକେଟର ଭୂମିକାର ନଜର ଆସିବେ କାର୍ତ୍ତୀକ !

ନୂଆଦିଲ୍ଲୀ: କ୍ରୀଡ଼ା ଫିଲ୍ମ ପାଇଁ ସଜବାଜ ହେଉଛନ୍ତି ଷ୍ଟାଇଲିସ ହିରୋ କାର୍ତ୍ତିକ ଆରିୟନ। ସବୁବେଳେ ରୋମାଣ୍ଟିକ ଫିଲ୍ମରେ ନଜର ଆସୁଥିବା କାର୍ତ୍ତିକ ଏବେ କ୍ରୀଡ଼ା ଆଡ଼କୁ ମନ ବଳାଉଛନ୍ତି। ହରର, ଡ୍ରାମା, କମେଡି, ଥ୍ରୀଲର ଆଦି ଫିଲ୍ମ କରି ସାରିଛନ୍ତି କାର୍ତ୍ତିକ । ରିପୋର୍ଟ ମୁତାବକ କାର୍ତ୍ତିକଙ୍କୁ ଆଗାମୀ ଦିନରେ ଜଣେ କ୍ରିକେଟର ଭୂମିକାରେ ଦେଖିବାକୁ ମିଳିପାରେ।

ଏହି ଫିଲ୍ମକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ପରଦାକୁ ଆସିବ। ଏହି ଚଳଚିତ୍ର ପାଇଁ ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ କରନ ଜୋହର କଥାବାର୍ତ୍ତା ଚାଲିଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମର କୌଣସି ଟାଇଟଲ ଦିଆଯାଇନାହିଁ।

ଏହି ଫିଲ୍ମ ପାଇଁ ଗୁଞ୍ଜନ ସକ୍ସେନା ଫିଲ୍ମର ନିର୍ଦ୍ଦେଶକ ଶରଣ ଶର୍ମାଙ୍କ ସହ ଯୋଗାଯୋଗରେ ଅଛନ୍ତି କରନ ଜୋହର। ପ୍ରି-ପ୍ରଡକ୍ସନ ଷ୍ଟେଜରେ ଏହି ଫିଲ୍ମ କାହାର ବାୟୋପିକ ନୁହେଁ ବୋଲି କୁହାଯାଇଛି। ଫିଲ୍ମ ନିର୍ମାତା ଏକ କାଳ୍ପନିକ କାହାଣୀକୁ ନେଇ ଏହି ଚଳଚିତ୍ର ତିଆରି କରୁଛନ୍ତି। କାର୍ତ୍ତିକ ଆରିୟନ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବା ନେଇ ଚର୍ଚ୍ଚା ଜୋର ଧରିଛି।

ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମ ସିଲଭର ସ୍କ୍ରିନରେ ଦେଖିବାକୁ ପାଇବେ ଦର୍ଶକ। ବର୍ତ୍ତମାନ କାର୍ତ୍ତିକ ଆରିୟନ ଭୁଲଭୁଲେୟାଁର ସ୍ବକେଲ ଭୁଲଭୁଲେୟାଁ-2 ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି କମେଡି, ହରର, ଥ୍ରୀଲର, ଡ୍ରାମା ଫିଲ୍ମରେ କାର୍ତ୍ତିକଙ୍କ ସହ କିଆରା ଆଡଭାନୀ ଓ ତବୁ ଅଭିନୟ କରୁଛନ୍ତି। 2007 ମସିହାରେ ରିଲିଜ ହୋଇଥିବା ଭୁଲଭୁଲେୟାଁ ଚଳଚିତ୍ରରେ ଅକ୍ଷୟ କୁମାର ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.