ETV Bharat / sitara

କମଲ@60, ଆରମ୍ଭ ହେଲା ‘ଇଣ୍ଡିଆନ 2’ର ସୁଟିଂ

author img

By

Published : Aug 12, 2019, 7:38 PM IST

କମଲ ହାସନଙ୍କ ଜନ୍ମଦିନ ଅବସରରେ ଆରମ୍ଭ ହୋଇଯାଇଛି ବହୁଚର୍ଚ୍ଚିତ ଫିଲ୍ମ ‘ଇଣ୍ଡିଆନ 2’ର ସୁଟିଂ । ପୂର୍ବରୁ ଜାରି ହୋଇଥିଲା ଫିଲ୍ମର ପୋଷ୍ଟର ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଜି 60 ବର୍ଷରେ ପାଦ ଥାପିଛନ୍ତି ତାମିଲ ସୁପରଷ୍ଟାର କମଲ ହାସନ । ଅଭିନେତା, ନିର୍ମାତା କମଲ ଖୁବଶୀଘ୍ର ଆକ୍ସନ ଫିଲ୍ମ ‘ଇଣ୍ଡିଆନ 2’ରେ ନଜର ଆସିବେ । ଯାହାର ସୁଟିଂ ତାଙ୍କ ଜନ୍ମଦିନ ଅବସରରେ ସୋମବାର ଆରମ୍ଭ କରିଛନ୍ତି ଫିଲ୍ମ ମେକର୍ସ ।

ଫିଲ୍ମ ସୁଟିଂର ଘୋଷଣା କରି ଫେମସ ଅଭିନେତ୍ରୀ ରକୁଲ ପ୍ରୀତ ଇନଷ୍ଟାଗ୍ରାମରେ ଏକ ବୋମରାଙ୍ଗ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରକୁଲ ଫିଲ୍ମ ସୁଟିଂ ପାଇଁ ମେକଅପ ରୁମରେ ରେଡି ହେବା ସହ ଡାଇଲଗ ସିଟ ହାତରେ ଧରିଥିବାର ଦେଖାଯାଉଛନ୍ତି ।

ଭିଡିଓକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆରମ୍ଭ ହେଲା ଇଣ୍ଡିଆନ 2 ।’ ଏହି ଫିଲ୍ମ ଜରିଆରେ କମଲ ଓ ଫିଲ୍ମ ନିର୍ମାତା ଶଙ୍କର ଦୀର୍ଘ ସମୟ ପରେ ଏକାଠି ହୋଇଛନ୍ତି । ‘ଇଣ୍ଡିଆନ 2’ରେ କମଲଙ୍କ ସହ ରକୁଲ, କାଜଲ ଅଗ୍ରୱାଲ, ସିଦ୍ଧାର୍ଥ ଓ ପ୍ରିୟା ଭବାନୀ ଶଙ୍କର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।

ଫିଲ୍ମରେ କମଲଙ୍କ ନାତି ରୂପେ ସିଦ୍ଧାର୍ଥ ନଜର ଆସିବେ । ପ୍ରକାଶ ଥାଉକି 1996ରେ ଆସିଥିବା କମଲଙ୍କ ‘ଇଣ୍ଡିଆନ’ ଫିଲ୍ମର ରିମେକ ଫିଲ୍ମ ‘ଇଣ୍ଡିଆନ2’ । ଯାହା ବ୍ଲକବଷ୍ଟର ଫିଲ୍ମ ସାଜିଥିଲା । ପୁଣି ସେହି ଅନ୍ଦାଜ ନେଇ ପରଦାକୁ ଫେରିବେ କମଲ । ଫିଲ୍ମଟି ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ ।

ପୋଙ୍ଗଲ ଉତ୍ସବରେ ‘ଇଣ୍ଡିଆନ 2’ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା । ପୋଷ୍ଟରରେ କମଲ ସେନାପତି ଅବତାରରେ ନଜର ଆସିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.