ମୁମ୍ବାଇ: ଦେଶ ହରାଇଛି ପ୍ରକ୍ଷାତ ଅଭିନେତା ତଥା ବହୁପ୍ରତିଭାର ହକଦାର ବଲିଉଡ ଅଭିନେତା ଋଷି କପୁର । ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଲକଡାଉନ ହେତୁ ଫ୍ୟାନମାନେ ତାଙ୍କୁ ଦେଖିନପାରି ସୋସିଆଲ ମିଡିଆରେ ଶୋକ ସନ୍ତପ ଜଣାଉଛନ୍ତି । ସେପଟେ ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିଅନ୍ ହୋଇଥିବା ହଲିଉଡ୍ ତାରକା ଜନ୍ ସିନା ସୋସିଆଲ ମିଡିଆରେ ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସିନାଙ୍କ ତାଙ୍କ ସହ ଋଷି କପୁରଙ୍କ ହସୁଥିବା ଏକ ଫଟୋ ଛାଡିଥିଲେ । ଆଉ ଏଥିରେ ସେ କୌଣସି କ୍ୟାପସନ ଲେଖିନଥିଲେ । ହେଲେ ଫ୍ୟାନ୍ସମାନେ ଏହା ଉପରେ ନିଜର ନିଜର ମନ୍ତବ୍ୟ ଦେଇଛନ୍ତି । ଯେପରି କି କେହି କେହି ଲେଖିଛନ୍ତି ଜଣେ ଲେଜେଣ୍ଡ ଆଉ ଜଣେ ଲେଜେଣ୍ଡଙ୍କ ବିଷୟରେ ପୋଷ୍ଟ କରିଛନ୍ତି । ସେହିପରି ଆଉ କେହି ଲେଖିଛନ୍ତି ଲେଜେଣ୍ଡ କେବେ ମରନ୍ତି ନାହିଁ #RipRishiKapoor ।
ଏହା ପ୍ରଥମ ଘଟଣା ନୁହେଁ ଯେ ସିନା ବଲିଉଡର ଜଣେ ସେଲିବ୍ରିଟିଙ୍କ ଚିତ୍ର ପୋଷ୍ଟ କରିଛନ୍ତି । ଏହାପୂର୍ବରୁ ମଧ୍ୟ ସେ ବିଗ୍ ବସ୍ 13 ସିଜିନର ପ୍ରତିଯୋଗୀ ମଡେଲ ଆସିମ ରିଆଜଙ୍କ ଏକ ଫଟୋ ପୋଷ୍ଟ କରିଥିଲେ । ସେତେବେଳେ ବି ସୋ କୌଣସି କ୍ୟାପସନ ଦେଇନଥିଲେ ।