ETV Bharat / sitara

ଇନଷ୍ଟା ଷ୍ଟାର ସହାର କୋରୋନା ପଜିଟିଭ

author img

By

Published : Apr 18, 2020, 5:12 PM IST

ନିଜ ପ୍ଲାଷ୍ଟିକ ସର୍ଜରୀଙ୍କୁ ନେଇ ଚର୍ଚ୍ଚାରେ ଥିବା ଇନଷ୍ଟାଗ୍ରାମ ଷ୍ଟାର ସହାର ଅସୁସ୍ଥ । କୋରୋନା ପାଇଁ ଭେଣ୍ଟିଲେଟରେ ସେ।

_iranian model sahar tabar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ମୁମ୍ବାଇ: ହଲିଉଡର ଫେମସ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ଭଳି ଦେଖାଯିବା ପାଇଁ ନିଜ ଚେହେରାଙ୍କୁ ପ୍ଲାଷ୍ଟିକ ସର୍ଜରୀ ଜରିଆରେ ଖରାପ କରିଥିଲେ ସହାର ତାବର। ଏହି ନାମରେ ସେ ଇନଷ୍ଟାଗ୍ରାମରେ ଚର୍ଚ୍ଚିତ। ବର୍ତ୍ତମାନ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ତାଙ୍କ କୋରୋନା ଟେଷ୍ଟ ପଜେଟିଭ ବାହାରିଛି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଛି।

ଗତ ବର୍ଷ ବେଆଇନ ଭାବେ ଟଙ୍କା ଆୟ କରିବା ଏବଂ ଯୁବକଙ୍କୁ ଭ୍ରମିତ କରୁଥିବାରୁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଗିରଫ ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦିଆଯାଇଥିଲା । ଆଉ ଜେଲରେ ତାଙ୍କୁ କୋରୋନା ଇନଫେକ୍ସନ ହୋଇଥିଲା।

ତାଙ୍କ ଓକିଲ ଜଜଙ୍କ ସହ କୋରୋନା ଭାଇରାସ ସଙ୍କଟ ସମୟରେ ତାଙ୍କୁ ଜାମିନରେ ଛାଡିବାକୁ ଅପିଲ କରିଥିଲେ । ହେଲେ ଜଜ ତାଙ୍କ ଅପିଲକୁ ଖଣ୍ଡନ କରିଥିଲେ । ଏବେ ତାଙ୍କ ସ୍ବାସ୍ଥ ଗମ୍ଭୀର ଅଛି ବୋଲି ସୂଚନା ମିଳିଛି। ସେଣ୍ଟର ଫର ହ୍ୟୁମାନ ରାଇଟ୍ସ ଓକିଲ ପୟମ ଦରଫଶନ ଅଭିଯୋଗ ଲଗାଇଛନ୍ତି ଯେ ସହରଙ୍କ ଏପରି ଅବସ୍ଥାର ଦାୟି କେବଳ ଜଜ ।

ପ୍ରକାଶ ଥାଉକି 2017ରେ ସହାର 50 ସର୍ଜରୀ କରି ନିଜ ଚେହେରା ବିଗାଡି ଦେଇଥିଲେ । ଏଞ୍ଜେଲିନା ହେବା ଚକ୍କରରେ ସେ ନିଜ ଚେହେରାକୁ ନଷ୍ଟ କରିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.