ETV Bharat / sitara

କୋଭିଡ 19 ଲଢେଇ: ଆଇନକ୍ସ ଦେଲା 5 କୋଟି - କୋଭିଡ 19

କୋରୋନା ବିରୋଧରେ ଲଢେଇ ପାଇଁ ସରକାରଙ୍କୁ ଆର୍ଥିକ ସହାୟତା ଦେଇଛି ଆଇନକ୍ସ । ଆଇନକ୍ସ ଗ୍ରୁପ ପକ୍ଷରୁ ମୋଟ 5 କୋଟି ପ୍ରଦାନ କରାଯାଇଛି ।

କୋଭିଡ 19 ଲଢେଇ: ଆଇନୋକ୍ସ ଦେଲା 5 କୋଟି
କୋଭିଡ 19 ଲଢେଇ: ଆଇନୋକ୍ସ ଦେଲା 5 କୋଟି
author img

By

Published : Apr 4, 2020, 10:09 PM IST

ମୁମ୍ବାଇ: କୋଭିଡ-19 ବିରୋଧରେ ସାରା ଦେଶ ଏକାଠି ହୋଇଛି । ସରକାରଙ୍କ ସହ ସମସ୍ତ ସେଲିବ୍ରିଟି, ବ୍ୟବସାୟୀ, କମ୍ପାନୀ କୋରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ରିଲିଫ ଫଣ୍ଡକୁ ସମସ୍ତେ ଦାନ କରିଛନ୍ତି ଆର୍ଥିକ ସହାୟତା ।

ଏହି ତାଲିକାରେ ସାମିଲ ହୋଇଛି ଫିଲ୍ମ କମ୍ପାନୀ ଆଇନକ୍ସ । କୋରୋନା ବିରୋଧରେ ଲଢେଇ ପାଇଁ ଏହି କମ୍ପାନୀ ସରକାରଙ୍କୁ ଆର୍ଥିକ ସହାୟତା ଦେଇଛି । ଆଇନକ୍ସ ଗ୍ରୁପ ପକ୍ଷରୁ ମୋଟ 5 କୋଟି ପ୍ରଦାନ କରାଯାଇଛି ।

କମ୍ପାନୀ ପକ୍ଷରୁ ଦାନ କରାଯାଇଥିବା ଏହି ଟଙ୍କାରୁ 2 କୋଟି ପିଏମ କେୟାର୍ସ ଫଣ୍ଡକୁ ଦିଆଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଫଣ୍ଡକୁ 2 କୋଟି ଦାନ ହୋଇଛି । ବାକି 1 କୋଟି ଦିଲ୍ଲୀ ଏନସିଆରର ସ୍ବାସ୍ଥ୍ୟ ଅଧିକାରୀ ଓ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଦେଇଛି ।

ଏହି ଟଙ୍କାରୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ 7000 ପିପିଇ କିଟ୍ସ ପ୍ରଦାନ କରାଯିବ । ଏହାସହ ଶ୍ରମିକଙ୍କ ପାଇଁ ଏକ ଲକ୍ଷ ଟଙ୍କାର ଖାଦ୍ୟ ପ୍ରସ୍ତୁତ ହେବ । ଯାହା ସତେଜ ଓ ବିଶୁଦ୍ଧ ଭାବେ ରନ୍ଧା ଯାଇ ସେମାନଙ୍କୁ ପରଷାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.