ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେବା ପରେ ଓଡ଼ିଆ ସିନେମା ଜଗତରେ ବିବାଦ ଦେଖା ଦେଇଛି । ଯୋଗ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ହୋଇନଥିବା ଅଭିଯୋଗ ହୋଇଛି । ଚାଟୁକାରିତାରେ ନିର୍ମିତ ଚଳଚ୍ଚିତ୍ର ରାଜ୍ୟ ପୁରସ୍କାର ପାଇଁ ଚୟନ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଯୋଜକ ନିର୍ଦେଶକ ଓ ଅଭିନେତା । ପୁରସ୍କାର ଚୟନ ପ୍ରକ୍ରିୟାରେ ଛବିରାଣୀ ଚଳଚ୍ଚିତ୍ର ପ୍ରତି ଅବିଚାର ହୋଇଛି ବୋଲି ନିଦ୍ଦେର୍ଶକ ବବି ଇସ୍ଲାମ୍ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।
ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜ୍ୟର ବା ଏହି ମାଟିର ମୌଳିକତା ଓ ସଂସ୍କୃତିକୁ ନେଇ ସିନେମା ତିଆରି କରୁଥିବା ବେଳେ ତାହାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାରଣ ରାଜ୍ୟ ସରକାରଙ୍କ ଚୟନ ପ୍ରକ୍ରିୟାରେ ନିରପେକ୍ଷତା ରହୁନାହିଁ । ଜୁରୀମାନେ ନିଜର ଗୁଣବତ୍ତାକୁ ମଧ୍ୟ ସଠିକ୍ ଢଙ୍ଗରେ ଖଟଉନାହାନ୍ତି । ଏହାଦ୍ବାରା ମୌଳିକତା ବହନ କରୁଥିବା ଚଳଚ୍ଚିତ୍ର ବଳି ପଡ଼ିଆସୁଛି ।
ଏଭଳି ନିଷ୍ପତି ଯୋଗୁଁ ଆଉ ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଛି । ତେଣୁ ରାଜ୍ୟରେ ସତ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ଛବିରାଣୀକୁ ନେଇ ପୁନଃବିଚାର କରାଯାଉ ବୋଲି ଦାବି କରିଛନ୍ତି ନିର୍ଦ୍ଦେଶକ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ